ଭୁବନେଶ୍ବର:ରାଜ୍ୟରେ କୋଭିଡ ସଂକ୍ରମଣ ପରେ ଅନେକ ଲୋକଙ୍କ ପାଇଁ ଜରୁରୀ ହୋଇପଡିଛି ଏକମୋ ମେସିନ। ଏନେଇ ରାଜ୍ୟର SCB ମେଡିକାଲରେ ଏକ୍ମୋ ମେସିନ୍ ଇନଷ୍ଟଲେସନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୯ଟି ଜୀବନ ରକ୍ଷାକାରୀ ମେସିନ ଏସସିବିରେ ଇନଷ୍ଟଲେସନ ହୋଇସାରିଛି । ଏଥିରେ ଟ୍ରାଏଲ ଆଣ୍ଡ ଏରର କରାଯାଇପାରିବ ନାହିଁ । ଭଲ ଭାବେ ପରୀକ୍ଷା କରାଯିବା ପରେ ମେସିନ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।
SCBରେ ଇକ୍ମୋ ମେସିନ୍ ଇନଷ୍ଟଲେସନ ଚୂଡ଼ାନ୍ତ ପର୍ଯ୍ୟାୟରେ : DMET
ତେବେ ରାଜ୍ୟରେ କେବେ ଏହି ମେସିନ କର୍ଯ୍ୟକ୍ଷମ ହେବ ? କେତେଜଣ କର୍ମଚାରୀ ଏଥି ପାଇଁ ଟ୍ରେନିଂ ନେବେ ତାହା ଏବେ ନଜରରେ ରହିଛି। ତେବେ ରାଜ୍ୟରେ ଅଗଷ୍ଟ 15 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଏକମୋ ମେସିନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହା ଚୂଡାନ୍ତ ପର୍ଯ୍ୟାୟରେ କାମ ଶେଷ ହୋଇଥିବା ବେଳେ ଖୁବଶୀଘ୍ର କର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଡିଏମ୍ଇଟି । ଅନ୍ୟପଟେ ଏମ୍ସରେ ମଧ୍ୟ ଏକ ଏକମୋ ମେସିନ ଇନଷ୍ଟଲେସନ କରାଯାଇଅଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ