ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ, ସମସ୍ତେ ସତର୍କ ରହିବା ଉଚିତ । କୋଭିଡ଼ ନିୟମ ମାନିବା ଉଚିତ। ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ତୃତୀୟ ଲହର ଆସିପାରେ ଏଣୁ ରାଜ୍ୟବାସୀ ସତର୍କ ରୁହନ୍ତୁ । ଏହାସହିତ ଡେଲଟା ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢିବାର ବିଭିନ୍ନ କାରଣ ହୋଇପାରେ । ସେ ଦୃଷ୍ଟିରୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ଼, ଚିକିତ୍ସା ସୁବିଧା ସହ ଅକ୍ସିଜେନ ମହଜୁଦ ରଖିଛନ୍ତି । ଦୁଇ ତିନିଦିନରେ ସମୀକ୍ଷା କରାଯାଉଛି । ପୂର୍ବରୁ ଡେଲ୍ଟା ଭାଇରସ ମୁକାବିଲା ନେଇ ଅଭିଜ୍ଞତା ରହିଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଥିଲେ ମଧ୍ୟ ନିୟମ ମାନିବା ଆବଶ୍ୟକ । ଆଗକୁ ତୃତୀୟ ଲହର ଆସିପାରେ। ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବ ବୋଲି କହିଛନ୍ତି DMET ରମା ରମଣ ମହାନ୍ତି ।