ଭୁବନେଶ୍ବର:ଓଡ଼ିଶା ଆସିଲା କୋରୋନା ଭ୍ୟାକସିନ୍ ସରଞ୍ଜାମ । ଭ୍ୟାକସିନ ପାଇଁ 21 ଲକ୍ଷ ସିରିଞ୍ଜ ସହ ଭ୍ୟାକସିନ ରଖିବା ପାଇଁ 26ଟି ILR (ICE LINED REFRIGERATOR) ମଧ୍ୟ ମଙ୍ଗଳବାର ରାଜ୍ୟକୁ ଆସିଛି । ଆଗକୁ ଆହୁରି 339 ILR ଆସିବା ସହ ରାଜ୍ୟରେ ଭ୍ୟାକସିନ ଦେବା ପାଇଁ ଡାଟାବେଶ ବଢିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେହିପରି ବର୍ତ୍ତମାନ 3 ଲକ୍ଷ 26 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ ଦେବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ଏପଟେ ଆଜି ପତ୍ତା ମିଳୁ ନଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ଦେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ନିବେଦନ କରିଛନ୍ତି । ବହୁ ବ୍ରିଟେନ ଫେରନ୍ତାଙ୍କ ଫୋନ ନମ୍ବର ଭୁଲ ଅଛି । ୧୮ ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ବରରେ ରହିଛନ୍ତି । ସେମାନଙ୍କୁ ଖୋଜିବାକୁ ବିଏମସି ଟିମ୍ ମଙ୍ଗଳବାର ଯାଇଛନ୍ତି। ଏହାସହ ସେମାନଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ସୂଚନା ଦେଇଛନ୍ତି ସେ ।