ଓଡିଶା

odisha

ଫସଲ ନଷ୍ଟ ହେବାରୁ ନାବାଳକକୁ ପିଟିପିଟି ହତ୍ୟା

By

Published : Jun 22, 2020, 12:41 PM IST

ଆଖୁ ଫସଲ ନଷ୍ଟ ହେବାରୁ 15 ବର୍ଷର ନାବାଳକକୁ ପିଟିପିଟି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହାଜାହାନପୁରର ସିସାଇୟା ଗ୍ରାମରେ । ଅଧିକ ପଢନ୍ତୁ...

ଫସଲ ନଷ୍ଟ ହୋବାରୁ ନାବାଳକକୁ ପିଟିପିଟି ହତ୍ୟା କଲେ 3 ବ୍ୟକ୍ତି
ଫସଲ ନଷ୍ଟ ହୋବାରୁ ନାବାଳକକୁ ପିଟିପିଟି ହତ୍ୟା କଲେ 3 ବ୍ୟକ୍ତି

ଲକ୍ଷ୍ନୌ: ଆଖୁ ଫସଲ ନଷ୍ଟ ହେବାରୁ 15 ବର୍ଷର ନାବାଳକକୁ ପିଟିପିଟି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହାଜାହାନପୁରର ସିସାଇୟା ଗ୍ରାମରେ । ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ତିନି ଅଭିଯୁକ୍ତ । ଆଇପିସି ଧାରା 302 ଅନୁଯାୟୀ ଏହି ତିନି ଜଣଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ସମାଜବାଦୀ ଦଳର ଜିଲ୍ଲା ସଭାପତି ତନଭୀର ଖାନଙ୍କ ସହ ମୃତ ବାଳକଙ୍କ ପରିବାରର ସଦସ୍ୟମାନେ ଶାହାଜାହାନପୁରର ବରିଷ୍ଠ ଅଧୀକ୍ଷକ (ଏସଏସପି)ଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନାମୁତାବକ, ଶନିବାର ସନ୍ଧ୍ୟାରେ ନାବାଳକ କୁଲଦୀପ ଯାଦବ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଚାଷୀ ସାଧୁ ସିଂ ଏବଂ ତାଙ୍କ ଭାଇ ଧର୍ମେନ୍ଦ୍ର ସିଂଙ୍କ ଆଖୁ କ୍ଷେତ ଭିତରକୁ ପଳାଇଥିଲେ । ଫଳରେ ଧର୍ମେନ୍ଦ୍ର, ସାଧୁ ଏବଂ ତାଙ୍କ ପୁଅ ଭୁପିନ୍ଦର କୁଲଦୀପଙ୍କୁ ବାଡ଼ିରେ ଅତି ନିର୍ମମ ଭାବରେ ପିଟିବା ଆରମ୍ଭ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ଅତି ଗୁରୁତର ଅବସ୍ଥାରେ କୁଲଦୀପଙ୍କ ପିତା ମହେଶ ତାଙ୍କ ପୁଅକୁ ଶାହାଜାହାନପୁର ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ରବିବାର ସେ ମୃତ୍ୟୁବରଣ କରିଥିଲେ । ତେବେ ହତ୍ୟା ପଛରେ ଉଦ୍ଦେଶ୍ୟ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ ବୋଲି ସେମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details