ଓଡିଶା

odisha

Train Tragedy: ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ପାଠ ପଢାଇବ ଆଦାନୀ ଗ୍ରୁପ

By

Published : Jun 4, 2023, 7:59 PM IST

ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ପାଠପଢା ଖର୍ଚ୍ଚ ବହନ କରିବ ଆଦାନୀ ଗ୍ରୁପ । ଏନେଇ ସୂଚନା ଦେଲେ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ । ଅଧିକ ପଢନ୍ତୁ

Adani group
Adani group

ଅହମ୍ମଦାବାଦ: ଓଡ଼ିଶା ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତାର ହାତ ବଢାଇଲା ପ୍ରତିଷ୍ଠିତ ଆଦାନୀ ଗ୍ରୁପ । ଏହି ଶିଶୁମାନଙ୍କୁ ଆଦାନୀ ଗ୍ରୁପ ସ୍କୁଲ ଶିକ୍ଷା ଦାନ ଯୋଗାଇବ ବୋଲି ରବିବାର ଘୋଷଣା କରିଛି । ଏନେଇ ଆଦାନୀ ଗ୍ରୁପ ଚେୟାରମ୍ୟାନ ତଥା ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ନିଜ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହିତ ଏହି ଘଟଣା ତାଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି ବୋଲି ସେ କହିଛନ୍ତି।

ଏନେଇ ସେ ଟ୍ବିଟ କରି ଲେଖିଛନ୍ତି," ଓଡ଼ିଶାରେ ଘଟିଥିଲା ରେଳ ଦୁର୍ଘଟଣା ଆମ ସମସ୍ତଙ୍କୁ ବ୍ୟଥିତ କରିଛି । ଯେଉଁ ପିଲାମାନେ ଏହି ଦୁର୍ଘଟଣାରେ ନିଜର ଅଭିଭାବକଙ୍କୁ ହରାଇଛନ୍ତି ସେମାନଙ୍କ ସ୍କୁଲ ଶିକ୍ଷା ଖର୍ଚ୍ଚ ବହନ କରିବ ଆଦାନୀ ଗ୍ରୁପ । ପୀଡ଼ିତ ତାଙ୍କ ସମ୍ପର୍କୀୟ ବିଶେଷ କରି ପିଲାମାନଙ୍କୁ କିଭଳି ଉତ୍ତମ ଭବିଷ୍ୟତ ମିଳିପାରିବ ତାହା ଆମ ସମସ୍ତଙ୍କର ମିଳିତ ଦାୟିତ୍ବ ।" ତେବେ ଆଦାନୀ ଗ୍ରୁପ କେବଳ ଏହି ପିଲାମାନଙ୍କ ମୌଳିକ ଶିକ୍ଷା ସ୍କୁଲ ପାଠପଢାର ଦାୟିତ୍ବ ନେବା ଲାଗି ସ୍ପଷ୍ଟ କରିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 275 ଥିବା ବେଳେ 1000ରୁ ଅଧିକ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ-Odisha Train Tragedy: ରେଳ ଦୁର୍ଘଟଣାର CBI ତଦନ୍ତ ହେବ

ଏହି ଦୁର୍ଘଟଣା 3ଟି ଟ୍ରେନ କରମଣ୍ଡଳ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ହୋଇଥିଲା । ଗତ ଶୁକ୍ରବାର (ଜୁନ 2 ତାରିଖ) ସନ୍ଧ୍ୟା ପ୍ରାୟ 6ଟା 55 ମିନିଟରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଘଟିଥିଲା । ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ପପ୍ରେସର 17ଟି କୋଚ୍‌ ଲାଇନଚ୍ୟୁତ ହୋଇ ଦିଆସିଲି କାଠି ପରି ଏଣେତେଣେ ପଡ଼ିଥିଲା । ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସର ପଛ 3ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣା ସମୟରେ ବହୁ ଜୋରରେ ଶବ୍ଦ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଥିଲେ ।

ଏହାପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଷ୍ଟେସନ ଆଡ଼କୁ ଧାଇଁଥିଲେ । ଆଖି ଆଗରେ ଯାହା ଦେଖିଥିଲେ ତାକୁ ଶବ୍ଦରେ ବୟାନ କରିବା ଅତି କଷ୍ଟକର । ସେମାନେ ସଙ୍ଗେ ସଙ୍ଗେ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ। ଏହାପରେ ଉଦ୍ଧାରକାରୀ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଦୁର୍ଘଟଣା ସାରା ଦେଶରୁ ଦୋହଲାଇ ଦେଇଥିବା ବେଳେ ଏହା ପର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଯିଏ ଦୋଷୀ ସାବ୍ୟସ୍ତ ହେବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମୋଦି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ ।

ABOUT THE AUTHOR

...view details