କେନ୍ଦୁଝର: ଭିଜିଲାନ୍ସ ଜାଲରେ ସାଇଁକୁଳ ମେଡିକାଲ ସୁପରିଟେଣ୍ଡେଣ୍ଟ । ଯୋଗ ଶିକ୍ଷକଙ୍କ ଦରମା କରାଇବାକୁ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ଅଳତୀ ଗାଁର ଦେବବ୍ରତ ସାହୁ ନାମକ ଜଣେ ଶିକ୍ଷକ ନିଜ ଦରମା କରାଇବାକୁ ସାଇଁକୁଳମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ନିକଟକୁ ଆସିଥିଲେ । ଦେବବ୍ରତ ଏକ NGO ସଂସ୍ଥା ଅଧୀନରେ ଯୋଗ ଶିକ୍ଷା ଦେଉଥିବାବେଳେ ସେମାନଙ୍କ ଦରମା ପାଇଁ ବ୍ୟୟ ଅଟକଳ ପ୍ରଦାନ କରିଥାନ୍ତି ସୁପରିଟେଣ୍ଡେଣ୍ଟ । ଏପରି କରିବା ପାଇଁ ରଞ୍ଜୀବ ୨୦ ହଜାର ୮୦୦ ଟଙ୍କା ଦାବି କରିଥିଲେ।
ଭିଜିଲାନ୍ସ ଜାଲରେ ସାଇଁକୁଳ ମେଡିକାଲ ସୁପରିଟେଣ୍ଡେଣ୍ଟ
Medical Superintendent (ETV Bharat Odisha)
Published : Jul 19, 2024, 8:00 PM IST
ଏହାସହ ଦେବବ୍ରତ ନିଜ ଭଉଣୀର ଯୋଗ ଶିକ୍ଷକ ଭାବେ ଚାକିରି ଦେବା ପାଇଁ କହିବାରୁ ମଧ୍ୟ ରଞ୍ଜୀବ ରାଉତ ଟଙ୍କା ଦାବି କରିଥିଲେ। ଏନେଇ ଦେବବ୍ରତ ଭିଜିଲାନ୍ସର ଟୋଲ ଫ୍ରି ନମ୍ୱରରେ ଅଭିଯୋଗ କରିଥିଲେ । ଆଜି ଭଦ୍ରକ ଓକେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ଅଧିକାରୀଙ୍କ ମିଳିତ ଟିମ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି
ଇଟିଭି ଭାରତ,କେନ୍ଦୁଝର