ଓଡିଶା

odisha

ETV Bharat / videos

ଆସିଲା ସୁଭଦ୍ରା ଟଙ୍କା: କିଏ ଖୋଲିବ ପାନ ଦୋକାନ ତ କିଏ କିଣିବ ଚାରା

By ETV Bharat Odisha Team

Published : 5 hours ago

ନୟାଗଡ: ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା । ଗତକାଲି 35 ଲକ୍ଷ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୋହନ ଚରଣ ମାଝୀ ସରକାର । ପ୍ରଥମ କିସ୍ତି ଟଙ୍କା ପାଇବା ପାଇଁ ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ 2ୟ ପର୍ଯ୍ୟାୟରେ ମିଳିଛି ସୁଭଦ୍ରା ଯୋଜନାରେ 5ହଜାର ଟଙ୍କା । ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିବା ପରେ ନୟାଗଡ଼ ବ୍ଲକ ବାରବାଟି ଅଞ୍ଚଳରେ ମହିଳାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବା ପାଇଁ ମିଳିଛି,ସୁଭଦ୍ରା ହିତାଧିକାରୀ ମାନେ ବ୍ୟାଙ୍କ ଏବଂ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଟଙ୍କା ଉଠାଇଛନ୍ତି, ଏଥିପାଇଁ ବ୍ୟାଙ୍କ ଏବଂ ଗ୍ରାହକ ସେବା କେନ୍ଦ୍ର ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଛି ।  

ସୁଭଦ୍ରା ଟଙ୍କା ମିଳିବା ପରେ ହିତାଧିରୀମାନେ ସେହି ଟଙ୍କାରେ ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି, କେହି ପରିବା ଚାଷ କରିବା ପାଇଁ ମନ କରିଥିବା ବେଳେ ଅନ୍ୟ କେହି ଜଳଖିଆ ଦୋକାନ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଜଣେ ହିତାଧିକାରୀଙ୍କ କହିବା ଅନୁସାରେ, ସେ ବାଇଗଣ ଚାଷ କରନ୍ତି ହେଲେ ଅର୍ଥ ଅଭାବରୁ ସେ ସାର, ଚାରା କିଣିପାରୁନଥିଲେ ସୁଭଦ୍ରା ପଇସା ପାଇବା ପରେ ବେଶ ଖୁସି ଅଛନ୍ତି ସେଥିରୁ ସାର ଏବଂ ଚାରା କିଣିପାରିବେ । 

ଏହା ମଧ୍ୟ ପଢନ୍ତୁ:

୩୫ ଲକ୍ଷ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଟ୍ରାନ୍ସଫର

ସୁଭଦ୍ରା ଯୋଜନା ବଡ଼ ଅପଡେଟ: ଯାଇନି 1 ଟଙ୍କା, ୯ରେ ୪୦ ଲକ୍ଷ ମହିଳାଙ୍କୁ ପୂରା କିସ୍ତି, କୋଟିଏ ଟପିଲା ପଞ୍ଜିକରଣ

ABOUT THE AUTHOR

...view details