ଓଡିଶା

odisha

By ETV Bharat Odisha Team

Published : Jun 6, 2024, 1:04 PM IST

ETV Bharat / videos

ପବିତ୍ର ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦିର୍ଘାୟୁ କାମନା କଲେ ସଧବା - Savitri Brata Celebrated In Rourkela

ରାଉରକେଲା: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ସାବିତ୍ରୀ ଅମାବାସ୍ୟାକୁ ନେଇ ଆଜି ଚଳଚଞ୍ଚଳ ସମ୍ପୂର୍ଣ୍ଣ ଓଡ଼ିଶା । ସାବିତ୍ରୀ ଅମାବାସ୍ୟାରେ ସମସ୍ତ ସଧବା ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଏବଂ ପରିବାରର ମଙ୍ଗଳ ମନସ୍କାମନା କରି ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା । ଏହାକୁ ନେଇ ରାଉରକେଲା ସହର ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଛି। ରାଉରକେଲା ସହରରେ ସାବିତ୍ରୀ ଅମାବାସ୍ୟା ପାଳନ କରିବା ପାଇଁ ଆଜି ସମସ୍ତ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି । ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ମହିଳା। ଏହି କାରଣରୁ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଆଜିର ଦିନରେ ମହାସତୀ ସାବିତ୍ରୀ ପତି ସତୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି । ଏହି ପବିତ୍ର ବ୍ରତ କଥାର ମାହାତ୍ମ୍ୟ ଅଛି ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ ସେ ନାରୀ ପ୍ରତ୍ୟେକ ଜନ୍ମେ ଜନ୍ମେ ସଧବା ରହିବ ବୋଲି ବର୍ଣ୍ଣିତ ଅଛି। ପତି ପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବା ବୋଲି ଏହି ବ୍ରତଟିର ପବିତ୍ର ମାହାତ୍ମ୍ୟ ରହିଛି । ଏଣୁ ଏନେଇ ସମସ୍ତ ସଧବା ମହିଳା ଏହି ସାବିତ୍ରୀ ବ୍ରତ ପାଳନ କରି ନିଜ ସ୍ୱାମୀଙ୍କ ଦିର୍ଘାୟୁ ପ୍ରଦାନ ଲାଗି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି ସାବିତ୍ରୀ ବ୍ରତ, ଜଙ୍ଗଲ ଜାତ ଦ୍ରବ୍ୟର ରହିଛି ଚାହିଦା

ରାଉରକେଲା, ଇଟିଭି ଭାରତ 

ABOUT THE AUTHOR

...view details