ଖଡ଼ିଆଳ ରାଜବାଟି ଭିତରେ ପଶିଲା ବଣୁଆ ଭାଲୁ - Wild Bear Spotted in Khariar - WILD BEAR SPOTTED IN KHARIAR
Published : Apr 10, 2024, 10:57 PM IST
|Updated : Apr 11, 2024, 2:19 PM IST
Wild Bear Spotted roaming in Khariar: ନୂଆପଡା: ସହରରେ ଭିତରେ ବୁଲୁଛି ବଣୁଆ ଭାଲୁ । ଭାଲୁ ଘଉଡାଇବାକୁ ଯାଇ ବନ ବିଭାଗ ହୋଇଛି ନାକେଦମ । ସୂଚନା ଅନୁସାରେ ବୁଧବାର ପ୍ରାତଃ ସମୟରେ ବଣୁଆ ଭାଲୁଟିଏ ଖଡ଼ିଆଳ ସହର ମଧ୍ୟକୁ ପଶି ଆସି ଆତଙ୍କ ଖେଳାଇଥିଲା । ରାସ୍ତା କଡରେ ଭାଲୁଟି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଥିଲେ । ଲୋକ ଗହଳିରେ ଭାଲୁ ଖଡ଼ିଆଳ ରାଜବାଟି ନିକଟସ୍ଥ ନିଲଜୀବନ୍ଦ ନୂଆବନ୍ଦ ବୁଦାରେ ଭାଲୁ ଲୁଚିଥିବା ବନ ବିଭାଗ କହୁଥିଲା । ସନ୍ଧ୍ୟାରେ ଭାଲୁକୁ ଜଙ୍ଗଲକୁ ଘଉଡ଼ାଇ ଦେବେ ବୋଲି ବନ ବିଭାଗ କହୁଥିଲା । ସନ୍ଧ୍ୟାରେ ଭାଲୁକୁ ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ ହେବାକୁ ପଡିଛି । ଭାଲୁ ଜଙ୍ଗଲକୁ ଚାଲିଯିବା ବଦଳରେ ସିଧା ଖଡ଼ିଆଳ ରାଜା ସାହେବଙ୍କ ରାଜବାଟି ଭିତରକୁ ପଶିଯାଇଛି ।
ଏହା ମଧ୍ୟ ପଢନ୍ତୁ... ସହରରେ ବୁଲୁଛି ବଣୁଆ ଭାଲୁ, ପଡ଼ିଲା ତାଟି କବାଟ - Wild Bear Terror
ଖଡ଼ିଆଳ ରାଜା ସାହେବଙ୍କ ବାସଗୃହ ଛାତ ଉପରେ ଚଳପ୍ରଚଳ କରୁଛି ଭାଲୁ । ଭାଲୁକୁ ଦେଖି ଖଡ଼ିଆଳ ରାଜପରିବାର ଆତଙ୍କିତ ହୋଇପଡିଛନ୍ତି । ଭାଲୁ ଛାତ ଉପରେ ଥିବା ବେଳେ ରାଜା ଘର ଲୋକେ ଘର ଭିତରେ କବାଟ ବନ୍ଦ କରି ଲୁଚି ରହିଛନ୍ତି । ଏପଟେ ଭାଲୁକୁ ଧରିବା ପାଇଁ ଖଡ଼ିଆଳ DFO ଖୋଦ ଘଟଣାସ୍ଥଳ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରୁଛନ୍ତି । ଭାଲୁକୁ ଧରିବା ପାଇଁ ରାଜବାଟି ପାଖକୁ ଯନ୍ତା ଅଣାଯାଇଛି । ହେଲେ ଭାଲୁ ଧରାଛୁଆଁ ଦେଉନାହିଁ । ଅନ୍ୟପଟେ ଭାଲୁର ଏଭଳି ଆତଙ୍କ ଦେଖି ଖଡ଼ିଆଳ ନଗରବାସୀ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି ।
ଇଟିଭି ଭାରତ, ନୂଆପଡା