କଳାହାଣ୍ଡିରେ ଗଡ଼ିଲା ଭୋଟର ସଚେତନତା ରଥ, ଉଦଘାଟନ କଲେ ଜିଲ୍ଲାପାଳ - voter awareness rally in kalahandi
Published : Apr 14, 2024, 5:12 PM IST
Voter Awareness Rally In Kalahandi: ଭବାନୀପଟଣା: ଆସିଛି ନିର୍ବାଚନ ଋତୁ । ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନରର ସ୍ଵତନ୍ତ୍ର ବ୍ୟବସ୍ଥା । ଆସନ୍ତା ମେ ୧୩ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେବ ନିର୍ବାଚନ । ଭୋଟ ଦେଇ ନିଜ ସରକାର ଗଢ଼ିବେ ଭୋଟର । ନିଜର ବହୁ ମୂଲ୍ୟ ଭୋଟ ଦେଇ ଦେଶର ନାଗରିକ ଭାବରେ ଗର୍ବ କରିବା ସହ ଶତ ପ୍ରତିଶତ ମତଦାନ କରିବା ପରେ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ହାତକୁ ନିଆଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା ମଧ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେରେ ଆଜି(ରବିବାର) ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଚେତନତା ରଥର ଶୁଭାରମ୍ଭ କରିବା ସହ ସଚେତନତା ଶୋଭାଯାତ୍ରାରେ ନିଜେ ସାମିଲ ହୋଇଥିଲେ । ଜିଲ୍ଲାପାଳ ନିଜେ ସହରରେ ଲୋକଙ୍କୁ ନିଜର ବହୁ ମୁଖ୍ୟ ଭୋଟ ଦେବା ପାଇଁ ସଚେତନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ....ଖୋର୍ଦ୍ଧା ଜିଲ୍ଲାରେ ୧୬ ଅତିରିକ୍ତ ମତଦାନ କେନ୍ଦ୍ର ଗଠିତ - 16 Auxiliary Polling Stations
କଳାହାଣ୍ଡି ଜିଲ୍ଲାରେ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ କଳାହାଣ୍ଡି ଜିଲ୍ଲାର ୧୨୦୧୫୦୮ ଜଣ ଭୋଟର ନିଜର ମଦାଦାନ ଦେବେ । ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନର ପକ୍ଷରୁ ଜିଲ୍ଲାରେ ୨୮୦ଟି ମଡେଲ ବୁଥର ବ୍ୟବସ୍ଥା କରାଯାଇଥିବା ବେଳେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଛି । ସେହିପରି ୪୦ଟି ସମ୍ବେଦନଶୀଲ୍ ବୁଥ ରହିଛି । ଆଉ ସମସ୍ତ ସମ୍ବେଦନଶୀଲ୍ ବୁଥ ଗୁଡ଼ିକରେ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷିତ ଭାବରେ ନିର୍ବାଚନକୁ ପରିଚାଳନା କରିବା ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଡପଦର୍ ଓ ଘୁଟ୍ରୁଖାଲ ଏବଂ ଭିତର ଡଙ୍ଗାରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିର୍ବାଚନର ଦିନକ ପୂର୍ବରୁ ସେଠାକୁ ପୁଲିଂ ପାର୍ଟିକୁ ଯିବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, କଳାହାଣ୍ଡି