ଓଡିଶା

odisha

ETV Bharat / videos

କାଳିଆ ପାଖକୁ ଗଲା ତୁଳସୀ ଓ ପଦ୍ମ - TULSI FOR LORD JAGANNATH

By ETV Bharat Odisha Team

Published : Jun 10, 2024, 5:03 PM IST

TULSI SENT TO SHREE MANDIR: ନିମାପଡା: ସାକ୍ଷୀଗୋପାଳରୁ ଶ୍ରୀମନ୍ଦିରକୁ ଗଲା ତୁଳସୀ ଏବଂ ପଦ୍ମ । କୃଷି ବିଜ୍ଞାନ କେନ୍ଦ୍ରରେ ସୃଷ୍ଟି ହେଲା ଜଗନ୍ନାଥମୟ ପରିବେଶ । ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରୁ ତୁଳସୀ ଓ ପଦ୍ମ ମହାପ୍ରଭୁଙ୍କ ନିକଟକୁ ପଠାଯାଇଛି । ସତ୍ୟବାଦୀରୁ ପ୍ରତି ବର୍ଷ ବଉଳ କାଠ ଯାଇଥାଏ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏବେ କିନ୍ତୁ କାଠ ପରେ ତୁଳସୀ ସହିତ ପଦ୍ମ ଯିବା ଆରମ୍ଭ ହୋଇଛି । କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଭୁ ଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କ ପାଇଁ ପୁରୀ ଶ୍ରୀମନ୍ଦିରକୁ ଗଲା ତୁଳସୀ ଓ ପଦ୍ମ ।ଏଥିପାଇଁ କୃଷି ବିଜ୍ଞାନ କେନ୍ଦ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଳସୀ ବଗିଚା ଓ ମା' ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିଲା ପଦ୍ମ ପୋଖରୀ । 

ଏହି ସ୍ଥାନରୁ ଆଜି (ସୋମବାର ଦିନ) କର୍ମଚାରୀମାନେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ତୁଳସୀ ଓ ପଦ୍ମକୁ ସଂଗ୍ରହ କରିଛନ୍ତି । ତୁଳସୀ ୫୦ ରୁ ୬୦ କେଜି ଓ ପାଖାପାଖି ୧୦୦ଟି ପଦ୍ମ ଫୁଲ ଏକ ସ୍ୱତନ୍ତ୍ର ଗାଡି ଦ୍ୱାରା ପୁରୀ ପଠାଯାଇଛି । ତେବେ ଏହି ସେବା ପ୍ରତ୍ୟେକ ଗୁରୁବାର ଦିନ ଠାକୁରଙ୍କ ପାଇଁ ଯୋଗାଇ ଦିଆଯିବ ବୋଲି ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ କହିଥିବା ବେଳେ ଏହିପରି ଏକ ପୂଣ୍ୟ ସେବାରେ ନିଜକୁ ନିୟୋଜିତ କରି ଖୁବ ଭାଗ୍ୟବାନ୍ ମଣିଛନ୍ତି ଅନ୍ୟ କର୍ମଚାରୀ । ଏଥିପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(OUAT) ପକ୍ଷରୁ ୪ମାସ ପୂର୍ବରୁ ମିଳିଥିଲା ଅନୁମତି । 

ଏହା ମଧ୍ୟ ପଢନ୍ତୁ ......ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥ ଖଳା, ଆରମ୍ଭ ହେଲା ରଥର ଚାରି ନାହାକା କାର୍ଯ୍ୟ - Ratha Yatra 2024


ଇଟିଭି ଭାରତ, ନିମାପଡ଼ା  
 

ABOUT THE AUTHOR

...view details