ଓଡିଶା

odisha

ପୁଅର ଅମାନୁଷିକ କାଣ୍ଡ; ନିଜ ବାପା କାର୍‌କୁ ଧକ୍କା ଦେଇ ଠେଲିନେଲା, ଭିଡିଓ ଭାଇରାଲ - Son Hit Fathers Car

By ETV Bharat Odisha Team

Published : Aug 21, 2024, 3:46 PM IST

ପୁଅର ଅମାନୁଷିକ କାଣ୍ଡ; ନିଜ ବାପା କାର୍‌କୁ ଧକ୍କା ଦେଇ ଠେଲିନେଲା, ଭିଡିଓ ଭାଇରାଲ (ETV Bharat Odisha)

ମୁମ୍ବାଇ: ବାପା କାରକୁ ଧକ୍କା ଦେଲା ପୁଅ । ପ୍ରଥମେ ପଛପଟୁ ବାପାର କାର୍‌କୁ ଧକ୍କା ଦେଲା । ଏତିକିରେ ମନ ବୁଝିଲାନି ଯେ ପଛକୁ ଫେରି ପୁଣିଥରେ ସାମ୍ନା ପଟୁ ଧକ୍କା ଦେଇ ଠେଲି ନେଇଗଲା ।  ଘଟଣାଟି ମହାରାଷ୍ଟ୍ରର ଅମ୍ବରନାଥର । ଦୁର୍ଘଟଣା ସମୟରେ ଏହି ଦୃଶ୍ୟ ଏବେ ଭାଇରାଲ ହେଉଛି । ଏହି ଘଟଣାରେ 5 ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟାଇଥିବା ଯୁବକର ନାମ ସତୀଶ ଶର୍ମା । ସେ ନିଜର ପତ୍ନୀ ସହ ବଦଲାପୁରରେ ରୁହେ । ସ୍ବାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଚାଲିଥିବାରୁ ଏହାର ସମାଧାନ ପାଇଁ ତା'ର ବାପା ବିନ୍ଦେଶ୍ବର ଶର୍ମା, ମାଆ ଓ ଭାଇ ମୁମ୍ବାଇରୁ ବଦଲାପୁର ଆସିଥିଲେ । ଏହି ସମୟରେ ସତୀଶ ଶର୍ମା ନିଜ କାର୍‌ରେ ବାପା କାର୍‌କୁ ଧକ୍କା ଦେଇଥିଲା । ଏହାସହିତ ସେଠାରେ ଉପସ୍ଥିତ ଥିବା କିଛି ବାଇକ ଆରୋହୀ ଓ ସାଧାରଣ ଲୋକଙ୍କ ଉପରେ ମଧ୍ୟ କାର୍ ଚଢାଇ ଦେଇଥିଲା । ଦେଖନ୍ତୁ ସେହି ଦୃଶ୍ୟ...

ABOUT THE AUTHOR

...view details