ଓଡିଶା

odisha

ଆଞ୍ଚଳିକ ଭାଷାରେ ସମ୍ବାଦପତ୍ର ଦ୍ବାରା ଆଞ୍ଚଳିକ ବିକାଶ ହୋଇପାରିବ: ସୁରମା ପାଢ଼ୀ - Pre Independence Day Celebration

By ETV Bharat Odisha Team

Published : Aug 11, 2024, 10:54 PM IST

Pre Independence Day Celebration (ETV Bharat Odisha)

ଭୁବନେଶ୍ବର: ନିରପେକ୍ଷ ସମ୍ବାଦ ପରିବେଷଣ ହେଉଛି ଗଣମାଧ୍ୟମର ମୂଳ ଆଭିମୁଖ୍ୟ । ସାରା ଭାରତକୁ ସମୃଦ୍ଧ ପାଇଁ ସୁସ୍ଥ ଗଣମାଧ୍ୟମର ଆବଶ୍ୟକତା ରହିଛି । ନିରପେକ୍ଷ ସାମ୍ବାଦିକତାକୁ ଅଧିକ ଉଜ୍ଜୀବିତ କରିବାକୁ ବର୍ତ୍ତମାନ ସମୟ ଆସିଛି । ଏଵେ ସାରା ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଭାଷାର ସମ୍ବାଦପତ୍ର ବୃଦ୍ଧି ପାଇଛି । ଆଞ୍ଚଳିକ ଭାଷାର ସମ୍ବାଦପତ୍ର ସମୃଦ୍ଧ ହେଲେ ସେହି ରାଜ୍ୟ ଅଧିକ ବିକଶିତ ହେବାର ବାଟ ଖୋଲିବ ବୋଲି ଭୁବନେଶ୍ବରର ଏକ ଓଡ଼ିଆ ଦୈନିକ ଖବରକାଗଜ ସଂସ୍ଥା ପକ୍ଷରୁ ଆୟୋଜିତ ସ୍ବାଧୀନତା ଦିବସ ସେଲିବ୍ରେସନରେ ଅତିଥି ଭାବେ ଯୋଗଦେଇ କହିଛନ୍ତି ବାଚସ୍ପତି ସୁରମା ପାଢୀ ।

ଏହା ବି ପଢନ୍ତୁ- ହର ଘର ତ୍ରିରଙ୍ଗା: ୬୦ ହଜାରରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରାପଡାର ମହିଳା 

ସ୍ବାଧୀନତା ପୂର୍ବରୁ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ତାର ଅଵଲୋକନ କରିଥିଲେ । କାର୍ଯ୍ୟକ୍ରମରେ ଉକ୍ତ ଖବରକାଗଜର ମୁଖ୍ୟ ସମ୍ପାଦକ ରାକେଶ ଚନ୍ଦ୍ର ମହାନ୍ତିଙ୍କ ପୌରାହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଶିଷ୍ଟ ସମାଜସେବୀ ପ୍ରୀତି ପଲ୍ଲବୀ ପଟ୍ଟନାୟକ ଯୋଗ ଦେଇ ସ୍ବାଧୀନତର 78 ବର୍ଷ ପୂର୍ତ୍ତିରେ ଆଞ୍ଚଳିକ ଗଣମାଧ୍ୟମ ଭୂମିକା ବିଷୟବସ୍ତୁ ଉପରେ ମତ ବିନିମୟ କରିଥିଲେ । ଏହି ଅବସରରେ ସଭା ଆରମ୍ଭରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶେଷରେ ଆୟୋଜକ ଖବରକାଗଜ ସଂସ୍ଥା ସହ ଜଡିତ ଥିବା ସାରା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାମ୍ବାଦିକ ଓ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details