ଓଡିଶା

odisha

ETV Bharat / videos

ଇଶ୍ବର ତିଆରି କଲେ ସୂକ୍ଷ୍ମ ରଥ, ବିରାଜିଛନ୍ତି ତିନି ଠାକୁର - ratha yatra 2024

By ETV Bharat Odisha Team

Published : Jul 6, 2024, 8:37 AM IST

 
ଖୋର୍ଦ୍ଧା: ଜଗା ପ୍ରେମରେ ସୁକ୍ଷ୍ମ ଶିଳ୍ପୀ ଏଲ ଇଶ୍ବର ରାଓ । ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା ଥିବା ବେଳେ ଏହା ପୂର୍ବରୁ ନିଜ କଳା ମାଧ୍ୟମରେ ରଥଯାତ୍ରାକୁ ସୂକ୍ଷ୍ମ କାରିଗରୀରେ ସ୍ଥାନ ଦେଇ ସେ ଚର୍ଚ୍ଚାରେ । ଅତି ସୂକ୍ଷ୍ମ ତିନୋଟି କୁନି କୁନି ରଥ ତିଆରି ସେଥିରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାନ ଦେଇଛନ୍ତି । ରଥଯାତ୍ରା ପାଇଁ ଇଶ୍ୱର ଦୁଇ ଇଞ୍ଚ ଉଚ୍ଚ ଏବଂ ଏକ ଇଞ୍ଚ ଚଉଡାରେ ତିନି ରଥ ପ୍ରସ୍ତୁତ କରିଛନ୍ତି । ଏହି ରଥରେ ଧୂପକାଠି, କାଗଜ, ଚକ ଓ ସୁତୁଲି ବ୍ୟବହାର କରିଛନ୍ତି । ସେହିପରି ତିନି ରଥକୁ ବିଭିନ୍ନ ରଙ୍ଗ ମଧ୍ୟ ଦେଇଛନ୍ତି । ସେହିପରି କଇଁଆ ମଞ୍ଜିରେ ଅଧ ସେଣ୍ଟିମିଟର ଉଚ୍ଚତାର ତିନି ଠାକୁରଙ୍କ ମୂର୍ତ୍ତି କରି ସ୍ଥାପନା କରିଛନ୍ତି । ଏହି ସୂକ୍ଷ୍ମ କାରିଗରୀ କରିବା ପାଇଁ ଈଶ୍ବରଙ୍କୁ 7 ଦିନ ସମୟ ଲାଗିଥିବା ସେ କହିଛନ୍ତି । ଏହି ସୂକ୍ଷ୍ମ କଳାକୃତି ମାଧ୍ୟମରେ ଶିଳ୍ପୀ ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଉପରେ କୃପା ବୃଷ୍ଟି କରିବା ପାଇଁ ପ୍ରାର୍ଥନା କରିଛନ୍ତି ।
 

ଏହା ମଧ୍ୟ ପଢନ୍ତୁ-ମହାପ୍ରଭୁଙ୍କ କୁନି ଭକ୍ତ ରାଉରକେଲାର ସୌମ୍ୟ ସାଗର, ଦେଖନ୍ତୁ ଭିଡିଓ
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details