ଓଡିଶା

odisha

ETV Bharat / videos

ସମଗ୍ର ବିଶ୍ବ ଭାରତକୁ 'ବିଶ୍ବମିତ୍ର' ଭାବେ ଦେଖୁଛି: ପ୍ରଧାନମନ୍ତ୍ରୀ ମୋଦି - ଏନସିସି କ୍ୟାଡେଟକୁ ମୋଦିଙ୍କ ସମ୍ବୋଧନ

By ETV Bharat Odisha Team

Published : Jan 28, 2024, 9:21 AM IST

PM Modi Address To NCC Cadet: ନୂଆଦିଲ୍ଲୀ: ଆଜି ସାରା ବିଶ୍ବ ଭାରତକୁ 'ବିଶ୍ବମିତ୍ର' ଭାବେ ଦେଖୁଛି । ଏନସିସି କ୍ୟାଡେଟକୁ ସମ୍ବୋଧନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି (ଶନିବାର) ଦିଲ୍ଲୀର କାରିଅପ୍ପା ପରେଡ ଗ୍ରାଉଣ୍ଡରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଚଳିତବର୍ଷ ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିଛି । ଏହି ଐତିହାସିକ ମୁହୂର୍ତ୍ତ ଦେଶର ନାରୀଶକ୍ତି ପାଇଁ ସମର୍ପିତ । କର୍ତ୍ତବ୍ୟ ପଥରେ ଆମେ ଦେଖିଲୁ, ଯେ ଏହି ଉତ୍ସବ ନାରୀଶକ୍ତି ପାଇଁ ଉତ୍ସର୍ଗିତ ରହିଥିଲା । ଆମେ ବିଶ୍ବକୁ ଦେଖେଇଲୁ ଭାରତରେ ନାରୀମାନେ କିଭଳି କାର୍ଯ୍ୟକରନ୍ତି । ଆଜି ପୁରା ବିଶ୍ବର ଭାରତରକୁ ଭାରତକୁ 'ବିଶ୍ବମିତ୍ର' ଭାବେ ଦେଖୁଛନ୍ତି । 
 

ସେ ଆହୁରୀ ମଧ୍ୟ କହିଛନ୍ତି,"ଭାରତର ପାସପୋର୍ଟର ଶକ୍ତି ଦିନକୁ ଦିନ ବୃଦ୍ଧି ହେଉଛି । ଏହାର ସବୁଠାରୁ ଅଧିକ ଫାଇଦା ଆପଣମାଙ୍କ ପରି ଯୁବ ବନ୍ଧୁମାନଙ୍କୁ ହେଉଛି ଏବଂ ଆପଣଙ୍କ ଭବିଷ୍ୟତକୁ ହେବ । ବିଶ୍ବର ଅନେକ ରାଷ୍ଟ୍ର ଭାରତର ପ୍ରତିଭାଙ୍କୁ ଏକ ଅବସର ରୂପେ ଦେଖୁଛନ୍ତି । ମୁଁ ସବୁବେଳେ ଗୋଟିଏ କଥା କହୁଛି ଆଗାମୀ ୨୫ବର୍ଷ ଭିତରେ ଆମେ ଯେଉଁ ବିକଶିତ ଭାରତ ତିଆରି କରିବାକୁ ଯାଉଛୁ । ତାହାର ଅଧିକାରୀ ମୋଦି ନୁହେଁ, ଏହାର ସବୁଠାରୁ ବଡ଼ ଅଧିକାରୀ ଆପଣଙ୍କ ଭଳି ମୋ ଦେଶର ଯୁବପିଢି ଅଟନ୍ତି । ଅପଣମାନେ ମଧ୍ୟ ପରିଶ୍ରମ କରିବା ପାଇଁ ଗୋଟିଏ ବି ମୁହୂର୍ତ୍ତ ହାତଛଡା କରନ୍ତୁ ନାହିଁ । "

ଏହା ମଧ୍ୟ ପଢନ୍ତୁ....ଆଜି NCC ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details