ମେଣ୍ଟ ଚର୍ଚ୍ଚା ଥମିବା ପରେ ଅନୁଗୋଳ ବିଜେପିର ପ୍ରଥମ ନିର୍ବାଚନୀ ସମାବେଶ - Angul Assembly constituency - ANGUL ASSEMBLY CONSTITUENCY
Published : Mar 24, 2024, 6:20 PM IST
Angul Assembly constituency ଅନୁଗୋଳ: ନିର୍ବାଚନ ତାରିଖ ଘୋଷଣା ପରେ ମେଣ୍ଟ ରାଜନୀତିକୁ ନେଇ ରାଜନୈତିକ ଦଳମାନେ ଧିମେଇ ଯାଇଥିଲେ । ଏବେ ମେଣ୍ଟରେ ଯବନିକା ପଡିବା ପରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ପ୍ରଥମ ରାଜନୈତିକ ସମାବେଶ । ନିଜ ଦଳର କର୍ମୀଙ୍କ ମନବଳ ଦୃଢ଼ କରିବା ସହ ସଂଗଠନ ମଜଭୁତ କରିବା ପାଇଁ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ବିଜେପି କରିଛି ପଞ୍ଚାୟତସ୍ତରୀୟ ସମାବେଶ । ଦଳକୁ ବୁଥ ସ୍ତରରୁ ମଜଭୁତ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନେତା ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ରାଜନୈତିକ ଦଳ ଗୁଡିକ ସକ୍ରିୟ ହେଲେଣି । ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ଅପରାହ୍ନରେ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବଳରାମପ୍ରସାଦ ଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବୁଥସ୍ତରୀୟ ଆଲୋଚନା କରାଯାଇଥିଲା । ବିଶେଷ କରି ଆଗାମୀ ନିର୍ବାଚନରେ କିଭଳି ପ୍ରତ୍ୟେକ ବୁଥରେ ବିଜେଡି ଠାରୁ ଅଧିକ ଭୋଟ ବିଜେପି ଖାତାକୁ ଆସିବ ସେଥିପାଇଁ କର୍ମୀମାନେ ଆବଶ୍ୟକ ପରିଶ୍ରମ ଓ ଉଦ୍ୟମ କରିବାକୁ ନେତାମାନେ ପରାମର୍ଶ ଦେଇଥିଲେ । ଆଗାମୀ ନିର୍ବାଚନରେ ବିଜେପି ଯେମିତି ସର୍ବାଧିକ ଭୋଟରେ ବିଜୟ ଲାଭ କରିବ ସେନେଇ ଆଲୋଚନା କରାଯାଇଛି ।
ଏହା ମଧ୍ଯ ପଢ଼ନ୍ତୁ...କଟକରେ ବୁଲେଟ ରାଣୀ ରାଜଲକ୍ଷ୍ମୀ ମାଣ୍ଡା - Bulletrani In Cuttack
ବିଶେଷ କରି କେନ୍ଦ୍ର ସରକାର ଯାହା ସବୁ ଯୋଜନା କରିଛନ୍ତି ଏବଂ ଲୋକେ ଏହାର ସୁବିଧା ପାଇଛନ୍ତି ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ କର୍ମୀ ଉଦ୍ୟମ କରିବା ନେଇ ଆଲୋଚନା କରାଯାଇଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପିର ଏହା ପ୍ରଥମ ନିର୍ବାଚନୀ ସଭା । ଆଗାମୀ ଦିନରେ ଏଭଳି ପ୍ରତ୍ୟେକ ପଞ୍ଚାୟତରେ ସମାବେଶ କରାଯିବ ବୋଲି ସଭାରେ ଆଲୋଚନା ହୋଇଛି । ଆଜିର ଏହି ସଭାରେ ବରିଷ୍ଠ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ବିଜେପି ଉପସଭାପତି ଅମୀୟ ତ୍ରିପାଠୀ, ଯଯାତି ପଟ୍ଟନାୟକ ଏବଂ ଦିଲ୍ଲୀପ ଦାସଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଅନୁଗୋଳ