ଆନ୍ଦୋଳନରେ ନର୍ସ; MKCGରେ ହନ୍ତସନ୍ତ ରୋଗୀ, ଇଟିଭି ଭାରତର ରିୟଲିଟି ଚେକ୍ - MKCG Medical Reality Check - MKCG MEDICAL REALITY CHECK
Published : Sep 27, 2024, 10:35 PM IST
ବ୍ରହ୍ମପୁର: ୧୦ ଦଫା ଦାବି ନେଇ ଆନ୍ଦୋଳନରେ ନର୍ସିଂ କର୍ମଚାରୀ । ବ୍ରହ୍ମପୁର MKCG ମିଡିକାଲରେ ୩ ଦିନରେ ପହଞ୍ଚିଲାଣି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ଗତ ୨ ଦିନ ଧରି ଜରୁରୀକାଳୀନ ଚିକିତ୍ସାରେ ରହି ରୋଗୀଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ କର୍ମଚାରୀ ଆଜିଠାରୁ ଜରୁରୀକାଳୀନ ଚିକିତ୍ସାରୁ ଓହରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଉପରେ ପଡ଼ିଛି । ଦେଖିବାକୁ ଗଲେ ନିର୍ସମାନଙ୍କ ଆନ୍ଦୋଳନର ସିଧାସଳଖ ପ୍ରଭାବ ଆଇ.ସି.ୟୁ, ଶିଶୁରୋଗ ବିଭାଗର ଏସ୍.ଏନ୍.ସି.ୟୁ, କାଜୁଆଲଟି, ଭେଣ୍ଟିଲିଟର ରହିଥିବା ୱାର୍ଡରେ ଦେଖାଯାଇଛି । ଚିକିତ୍ସା ଅଭାବରେ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ସେବା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର MKCG ମେଡିକାଲର ଶିଶୁ ରୋଗ ବିଭାଗର ୱାର୍ଡ ସମେତ ଜରୁରୀକାଳୀନ ଚିକିତ୍ସା ବିଭାଗର ଏଭଳି ସମୟରେ ସ୍ଥିତି ପରଖିଛି ଇଟିଭି ଭାରତ.. ଦେଖନ୍ତୁ ଏହି ଏକ୍ସକ୍ଲିସିଭ୍ ରିପୋର୍ଟ
ଇଟିଭି ଭାରତ, ବ୍ରହ୍ମପୁର