ଓଡିଶା

odisha

ETV Bharat / videos

ଲୋକାର୍ପଣ ଅପେକ୍ଷାରେ ଦ୍ୱାରକା ସିଗ୍ନେଚର ବ୍ରିଜ, ଦେଖନ୍ତୁ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟର ରୂପରେଖ - ଓଖା ବେଟ୍ ବ୍ରିଜ

By ETV Bharat Odisha Team

Published : Feb 18, 2024, 7:31 AM IST

Okha-Bet Dwarka Signature Bridge: ଗାନ୍ଧୀନଗର: ଲୋକାର୍ପଣ ଅପେକ୍ଷାରେ ଓଖା-ବେଟ୍ ଦ୍ବାରକା ସିଗ୍ନେଚର ବ୍ରିଜ । ଏହାର ସମସ୍ତ କାମ ଶେଷ ହୋଇଥିବାବେଳେ ଆସନ୍ତା 24 ତାରିଖରେ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଦ୍ବାରକାରେ ଅବସ୍ଥିତ ଏହି ବ୍ରିଜ ଓଖାରୁ ବେଟକୁ ସଂଯୋଗ କରୁଛି । ସୂଚନା ମୁତାବକ, ଏହି ବ୍ରିଜ କାରଣରୁ ବାର୍ଷିକ ପ୍ରାୟ 65 ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ ।  ଆସନ୍ତା 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବ୍ରିଜର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । 25ରୁ ଏହାକୁ ବ୍ୟବହାର କରିପାରିବେ ଲୋକେ । ସିଗ୍ନେଚର ବ୍ରିଜକୁ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଏ ।

ଏହା ମଧ୍ୟ ପଢନ୍ତୁ...ପୂର୍ବତନ ଲୋକୋ ପାଇଲଟଙ୍କ ଦାବି, 'ପମ୍ବନ ବ୍ରିଜ'କୁ ମିଳୁ ଜାତୀୟ ସ୍ମାରକୀ ମାନ୍ୟତା

ସିଗ୍ନେଚର ବ୍ରିଜର ଲମ୍ବ 2 ହଜାର 320 ମିଟର ରହିଛି । 4 ଲେନ୍ ବିଶିଷ୍ଟ ଏହି ସେତୁ 27.20 ମିଟର ଚଉଡ଼ା ହୋଇଥିବାବେଳେ ଦୁଇ ପାର୍ଶ୍ବରେ 2.50 ମିଟର ଚଉଡା ବିଶିଷ୍ଟ ଫୁଟପାଥ୍ ରହିଛି । ଏହାସହ ବ୍ରିଜର 12ଟି ସ୍ଥାନରେ ଗ୍ୟାଲେରୀର ବ୍ୟବସ୍ଥା ରହିଛି । ଏଠାରେ ଥିବା ଫୁଟପାଥରେ ସୋଲାର ପ୍ୟାନେଲ ମଧ୍ୟ ଲାଗିଛି । ଯେଉଁଥିରୁ 1 ମେଗାୱାଟରୁ ବିଦ୍ୟୁତ ଉତ୍ପାଦନ ହେବ । ଯାହାକି ବ୍ରିଜକୁ ଆଲୋକିତ କରିପାରିବ । ବଳକା ବିଦ୍ୟୁତ ଓଖା ଗାଁରେ ଗ୍ରାମବାସୀଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । 

ABOUT THE AUTHOR

...view details