ପୋଲିସ ପ୍ରତିଷ୍ଠା ଦିବସ: ପୋଲିସକୁ ନ ଡ଼ରିବା ପାଇଁ ନିବେଦନ କଲେ କେନ୍ଦ୍ରାପଡ଼ା ଏସପି - Formation Day Of Odisha Police - FORMATION DAY OF ODISHA POLICE
Published : Apr 1, 2024, 4:46 PM IST
Formation Day Of Odisha Police: କେନ୍ଦ୍ରାପଡ଼ା: ଆଜି ସାରା ରାଜ୍ୟରେ ପାଳିତ ହେଉଛି 89ତମ ପୋଲିସ ପ୍ରତିଷ୍ଠା ଦିବସ । 1936 ମସିହା ଏପ୍ରିଲ ମାସ 1 ତାରିଖରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ପାଳନ କରାଯାଉଛି ଏହି ଦିବସ । କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରେଡ଼ ଗ୍ରାଉଣ୍ଡରେ ଆଜି ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବିଭିନ୍ନ ଥାନା ଓ ହେଡ କ୍ବାର୍ଟରରେ ରହିଥିବା ଆରକ୍ଷୀ ବାହିନୀମାନେ ପ୍ରତିଷ୍ଠା ଦିବସ ପାରେଡରେ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିୟା ଯୋଗ ଦେଇ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ମନରେ ଉତ୍ସାହ ଭରିଥିଲେ । ପୋଲିସ ନିଜର ଦାୟିତ୍ବ ନିର୍ବାହ ଓ କର୍ତ୍ତବ୍ୟ ପାଳନରେ ସମସ୍ତ ବିଭାଗକୁ ପଛରେ ପକାଇ ଯେଉଁଭଳି ଭାବେ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇଛି, ତାହାକୁ ଭୁରି ପ୍ରଶଂସା କରିଥିଲେ ଏସପି ।
ସେହିପରି ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି କୋଭିଡ ମହାମାରୀର ମୁକାବିଲାକୁ କରିବାରେ ପୋଲିସ ପ୍ରଶାସନ ଯେଉଁଭଳି ଭାବେ କାର୍ଯ୍ୟ କରିଥିଲେ , ତାହାକୁ ଭୁରି ଭୁରି ପ୍ରଂଶାସା କରିଥିଲେ ଏସପି । ତେବେ ପୋଲିସ ଓ ଜନ ସାଧାରଣ ପରସ୍ପର ନିର୍ଭରଶୀଳ ହୋଇଥିବା ବେଳେ ପୋଲିସ ଅଧିକାରୀ କିପରି ଅଧିକରୁ ଅଧିକ ଜନସାଧାରଣଙ୍କ ପାଖରେ ପହଞ୍ଚିବେ,ସେନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରାପଡା ଏସପି । ପୋଲିସକୁ ନଡ଼ରି ପୋଲିସକୁ ସହଯୋଗ କରିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିବା ସହ ପୋଲିସକୁ ଗାଁ ଅଭିମୁଖେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେ । ସହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
ଇଟିଭି ଭାରତ, କେନ୍ଦ୍ରାପଡ଼ା