ଓଡିଶା

odisha

ETV Bharat / videos

ଚତୁର୍ଥ ପର୍ଯ୍ୟାୟରେ ଭୋଟ ଦେବ ନିମାପଡା, ରୋଡ ସୋ’ କଲେ ନବୀନ - Naveen Road Show In Nimapara

By ETV Bharat Odisha Team

Published : May 29, 2024, 10:51 PM IST

Nimapara Assembly Constituency: ନିମାପଡ଼ା: ଆଜି ନିମାପଡ଼ାରେ ପ୍ରଚାର କରିଛନ୍ତି ନବୀନ । ତେବେ ଆଉ ଦୁଇ ଦିନ ପରେ ରାଜ୍ୟରେ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଯାହାପାଇଁ ପ୍ରଚାର ମୈଦାନ ଏବେ ଉଠୁଛି ପଡୁଛି । ବିଭିନ୍ନ ରାଜନୈତିକ ଦଳର ହେଭିୱେଟ ନେତାମାନେ ନିମାପଡ଼ାରେ ଜୋରଦାର ପ୍ରଚାର କରିଛନ୍ତି । ଆଜି ସକାଳେ ଗୋପ ନାଗପୁରରେ ବିଜେପିର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଅପରାଜିତା ହରିପୁର ଠାରୁ ବଳଙ୍ଗା ପର୍ଯ୍ୟନ୍ତ ରୋଡ଼ ସୋ କରିଥିଲେ । ସେପଟେ ଆଜି ସନ୍ଧ୍ୟାରେ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ନାୟକ ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ନିମାପଡ଼ାରେ ଶକ୍ତିଶାଳୀ ହେଲା ବିଜେଡି, ଶଙ୍ଖ ଫୁଙ୍କିଲେ ବିଜେପି-କଂଗ୍ରେସ କର୍ମୀ - BJD Joining Program

ବାରବାଟୀ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ କାର ଯୋଗେ ଯାଇ ନିମାପଡ଼ା ଗୋଲେଇ ଛକ ଠାରୁ ରୋଡ଼ ସୋରେ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ । ହଜାର ହଜାର ସଂଖ୍ୟାରେ ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ସେପଟେ ଗୋପ ନାଗପୁର ଠାରେ ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାସକ ବିଜେଡିକୁ କଡ଼ା ସମାଲୋଚନା କରିବା ସହିତ ଦୁର୍ନୀତି ଖୋର ନେତା ଓ ଅଫିସର ଖୁବ୍ ଶୀଘ୍ର ଜେଲ୍ ଯିବେ ବୋଲି ଚେତାବନୀ ଦେଇଥିଲେ । ନିମାପଡ଼ାରେ ସମୀର ମନ୍ତ୍ରୀ ଥିଲେ ପ୍ରଭାତୀ ଏଥର ମନ୍ତ୍ରୀ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେହିପରି ବିଜେପି ବରିଷ୍ଠ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ନିମାପଡ଼ାରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହି ପ୍ରଚାର କରିବାର କେଇ ଘଣ୍ଟା ଭିତରେ ନିମାପଡ଼ାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ ନିମାପଡ଼ା ରାଜନୀତିରେ ଉଷ୍ମତା ଭରି ଦେଇଛି ।

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details