ଖୋର୍ଦ୍ଧା ବିଜେଡ଼ିରେ ବାସନ୍ତିଙ୍କ ବିଦ୍ରୋହ, ସ୍ବାଧୀନ ଭାବେ ଲଢିବାକୁ କଲେ ଘୋଷଣା - Odisha Assembly election 2024
Published : May 5, 2024, 10:26 AM IST
Odisha Assembly election 2024: ଖୋର୍ଦ୍ଧା: ବିଜେଡି ଉପରେ ଖପ୍ପା ଦଳୀୟ ନେତ୍ରୀ । ଦଳ ପ୍ରତିଶ୍ରୁ ତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ବିଜେଡିର ରାଜ୍ୟ ବରିଷ୍ଠ ଉପ ସଭାନେତ୍ରୀ ବାସନ୍ତି ମହାପାତ୍ର । ଶନିବାର ଗୋଳବାଇ ସ୍ଥିତ ଦଶଦୋଳ ପଡିଆରେ ନିଜ ସମର୍ଥକଙ୍କୁ ନେଇ ଆୟୋଜିତ ଏକ ସମାବେଶରେ କହିଛନ୍ତି ଯେ, ବିଜେଡି ମୋ ପ୍ରତି ଅବିଚାର କରିଛି । ଏହାର ଉଚିତ ଜବାବ ଦେବେ ଖୋର୍ଦ୍ଧାବାସୀ । ଦଳଠାରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ନିର୍ବାଚନ ମଣ୍ଡଳୀରେ ଗାଁକୁ ଗାଁ ଘରକୁ ଘର ବୁଲି ସଂଗଠନକୁ ମଜଭୁତ କରିଥିଲି । ବର୍ଷ ବର୍ଷ ଧରି ଲୋକଙ୍କ ସହ କାମ କରି ଆସିଛି । କିନ୍ତୁ ଦଳ ତାଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ମଞ୍ଚ ଉପରୁ ହଜାର ହଜାର ସମର୍ଥକଙ୍କୁ ସେ କୋହଭରା କଣ୍ଠରେ କହିଥିଲେ । ବାସନ୍ତି ଆସନ୍ତା 6 ତାରିଖରେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ସେ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି କହିଛନ୍ତି । ଖୋର୍ଦ୍ଧା ବିଜୁ ଜନତା ଦଳ ଭିତରେ ବାସନ୍ତୀଙ୍କ ରଣହୁଙ୍କାର ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ ବୋଲି ରାଜନୈତିକ ବିଶାରଦମାନେ ଆଶଙ୍କା କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା