ଓଡିଶା

odisha

ETV Bharat / videos

ନୂଆ କୋଚ୍ ଗମ୍ଭୀର, ବହୁତ ଆଗକୁ ଯିବ ଟିମ ଇଣ୍ଡିଆ: ପ୍ରଭଞ୍ଜନ - Team India head Coach Goutam

By ETV Bharat Odisha Team

Published : Jul 10, 2024, 1:56 PM IST

 Prabhanjam Mallick reaction on Goutam Gambhir କଟକ: ଭାରତୀୟ ଟିମର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର । ଆଗ୍ରେସିଭ କ୍ରିକେଟର ଭାବରେ ବେଶ ଜଣାଶୁଣା ଗୌତମ 2027 ପର୍ଯ୍ୟନ୍ତ ଭାରତୀୟ ଟିମର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ । ଏନେଇ ଗତକାଲି BCCI ସମ୍ପାଦକ ଜୟ ଶାହା ସ୍ପଷ୍ଟ କରିଛନ୍ତି । ତେବେ ଗମ୍ଭୀରଙ୍କ କୋଚ ଦାୟିତ୍ୱ ଭାରତୀୟ କ୍ରିକେଟକୁ ଆହୁରି ଆଗରେ ପହଞ୍ଚାଇବା ନେଇ ମତ ରଖିଛନ୍ତି ଓସିଏର ପୂର୍ବତନ କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ । ସେ କହିଛନ୍ତି, " ଆଇସିସିର ଅନେକ ମେଗା ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି ଗୌତମ । ଏପରିକି ମୁଁ ମଧ୍ୟ ତାଙ୍କ ବିପକ୍ଷରେ ଅନେକ ମ୍ୟାଚ ଖେଳିଛି । ଆଇପିଏଲରେ କୋଲକାତାରେ କ୍ୟାପଟେନ ଥିବା ସମୟରେ ହେଉ କିମ୍ବା କୋଚ୍ ସମୟରେ ଦେଶକୁ ଯେଉଁ ଟ୍ରଫି ଦେଇଛନ୍ତି ତାହା ବେଶ ଚିତାକର୍ଷକ ।" ତେଣୁ ଭାରତୀୟ ଟିମର କୋଚ ହେବା ଦ୍ୱାରା ଗୌତମ ଭାରତୀୟ ଟିମକୁ ଆଗାମୀ ଆଇସିସି ଟ୍ରଫି ଆଣିବାରେ ବେଶ ସହାୟକ ହେବ ବୋଲି ମତ ରଖିଛନ୍ତି ଓସିଏ ପୂର୍ବତନ ପ୍ରଭଞ୍ଜନ ମଲ୍ଲିକ। 


ଇଟିଭି ଭାରତ, କଟକ

ABOUT THE AUTHOR

...view details