ଓଡିଶା

odisha

ETV Bharat / videos

ଘଟଗାଁ ତାରିଣୀ ପୀଠରେ ମହାଷ୍ଟମୀ, ସୁନାବେଶରେ ଦିବ୍ୟ ଦର୍ଶନ

By ETV Bharat Odisha Team

Published : 5 hours ago

Updated : 3 hours ago

Suna Besha Of Maa Tarini On Durgashtami କେନ୍ଦୁଝର: ଆଜି ଜଗତଜନନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ଏହି ଅବସରରେ ଘଟଗାଁ ମା'ତାରିଣୀ ପୀଠରେ ମହାଷ୍ଟମୀ ପୂଜା ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ସୁନାବେଶରେ ଦର୍ଶନ ଦେଉଛନ୍ତି ନଡିଆ ରାଣୀ । ମା'ଙ୍କ ଏହି ଦୁର୍ଲଭବେଶକୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ବ୍ରହ୍ମ ମୂହୁର୍ତ୍ତରୁ ସେବାୟତ ମାନେ ମା'ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ, ଷୋଡ଼ଶ ଉପଚାର ପୂଜା କରି ସୁନାବେଶରେ ସୁସଜ୍ଜିତ କରିଥିଲେ । ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ପହଡ଼ ଖୋଲିଥିଲା । ଅଷ୍ଟମୀ ଅବସରରେ ସିଦ୍ଧିଦାତ୍ରୀ ରୂପ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ତାରିଣୀ । ଏହି ଅବସରରେ ଘଟଗାଁରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଥି ସହିତ ମହାଷ୍ଟମୀ ଅବସରରେ ମହିଳା ମାନେ ଆଜି ଉପବାସ କରି ବ୍ରତ ପାଳନ କରୁଛନ୍ତି । ମା' ତାରିଣୀ ସୁନାବେଶରେ ଦଶହରା ପର୍ଯ୍ୟନ୍ତ ଦର୍ଶନ ଦେବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କାହା ପାଇଁ କେମିତି ରହିବ ଦଶହରା, କାହା ଭାଗ୍ୟ ଚମକିବ ? କଣ କହୁଛନ୍ତି ଜ୍ୟୋତିର୍ବିଦ

ଇଟିଭି ଭାରତ, କେନ୍ଦୁଝର

Last Updated : 3 hours ago

ABOUT THE AUTHOR

...view details