ଗଞ୍ଜାମରେ ୩ ନୂଆ ରେଳ ଲାଇନ, ଅନୁମୋଦନ ମିଳିଲେ ହେବ କାର୍ଯ୍ୟକାରୀ - New Rail Projects
Published : Sep 15, 2024, 6:39 PM IST
ବ୍ରହ୍ମପୁର: ନୂଆ ବନ୍ଦେ ଏକ୍ସପ୍ରେସ ଟ୍ରେନ ଚଳାଚଳ ଶୁଭାରମ୍ଭ ହୋଇଛି । ଯାହାକି ବ୍ରହ୍ମପୁରରୁ ଟାଟାନଗରକୁ ଚଳାଚଳ କରିବ । ଏହି ଟ୍ରେନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ତଥା ମନ୍ତ୍ରୀ ଯାତ୍ରା କରିଥିଲେ । ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ଦକ୍ଷିଣ ଓଡ଼ିଶାର ରେଳବାଇ ବିକାଶ ପାଇଁ କ'ଣ ପଦକ୍ଷେପ ନିଆଯାଉଛି ସେନେଇ ଆଲୋଚନା କରିଛନ୍ତି ।
ଗୋପାଳପୁରରୁ ଥେରୁବାଲି (ଭାୟା ଦିଗପହଣ୍ଡି ଓ ମୋହନା), ଗୋପାଳପୁରରୁ ସମ୍ବଲପୁର ଏବଂ ଗୋପାଳପୁରରୁ ତାଳଚେର ଭଳି ୩ଟି ନୂତନ ରେଳ ଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଚାଲିଛି ପ୍ରଚେଷ୍ଟା । ଏଥିପାଇଁ ଗଞ୍ଜାମର ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ନେଇ ଏକ ପ୍ରତିନିଧି ଦଳ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଟିମ୍ ଯାଇ ଆଲୋଚନା କରିବେ । ଏହା ସହିତ କିଭଳି ଏହି ୩ଟି ରେଳ ଲାଇନ ପ୍ରକଳ୍ପ ହେବ ଏବଂ ସେଥିମଧ୍ୟରୁ ଅନୁଦାନ ଆସିଥିବା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ କିଭଳି କରାଯିବ ସେନେଇ ସୂଚନା ଦେଇଛନ୍ତି ବିଧାୟକ ।
ଇଟିଭି ଭାରତ, ବ୍ରହ୍ମପୁର