ପ୍ରଭାତରେ ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ଦିବ୍ୟ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Mangala Alati - MANGALA ALATI
Published : Apr 24, 2024, 6:51 AM IST
Mangala Alati: ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ... । ମହାପ୍ରଭୁ ଜଗନ୍ନାଥ କୋଟି କୋଟି ଓଡ଼ିଆର ମଉଣମଣି । ସାରା ବ୍ରହ୍ମାଣ୍ଡ ଠାକୁର । ସେ ସକଳ ଶକ୍ତିର ଆଧାର । ସେ ଅନାଥର ନାଥ, ଦୁଃଖୀର ଦିନବନ୍ଧୁ । ବଡ ବିନୋଦିଆ ଠାକୁର ପ୍ରଭୁ ଜଗନ୍ନାଥ । ତାଙ୍କର ଅନେକ ନାଁ । ଶ୍ରଦ୍ଧାରେ କିଏ ଜଗା ଡାକେ, କିଏ କାଳିଆ ଡାକେ ତ କିଏ ସାଆନ୍ତେ ଡାକେ । ପ୍ରତିଦିନ ହଜାର ହଜାର ଭକ୍ତ ପୁରୀ ଶ୍ରୀକ୍ଷେତ୍ର ଯାଆନ୍ତି ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇବା ପାଇଁ । ତାଙ୍କର ଦର୍ଶନ ମାତ୍ରକେ ଭାବ ବିହ୍ବଳ ହୋଇପଡେ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟାଇବା ପରେ ରୀତିନୀତି ଅନୁସାରେ ଆଳତୀ କରାଯାଇଥଲା । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ