ଓଡିଶା

odisha

ETV Bharat / videos

ବରଗଡ଼ରେ ମତଦାନ ଜାରି; ଭୋଟ ଦେଲେ ପ୍ରାର୍ଥୀ-ଜନତା, ଲୋକଙ୍କୁ କଲେ ଅପିଲ୍ - LOK SABHA ELECTION 2024 - LOK SABHA ELECTION 2024

By ETV Bharat Odisha Team

Published : May 20, 2024, 2:23 PM IST

Updated : May 20, 2024, 4:07 PM IST

ବରଗଡ଼: ଆଜି ବରଗଡ ଜିଲ୍ଲାରେ ଚାଲିଛି ୨୦୨୪ ସାଧାରଣ ନିର୍ବାଚନ ପାଇଁ ମତଦାନ । ଯାହାକୁ ନେଇ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବରଡ଼ବାସୀଙ୍କ ସମେତ ବିଧାୟକ ପ୍ରାର୍ଥୀ ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଛନ୍ତି । ଏହି ସମୟରେ ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ ବରିହା ଏବଂ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଭୋଟ ଦେଇଛନ୍ତି । ଏଥିସହ ଲୋକଙ୍କୁ ମଧ୍ୟ ଭୋଟ ଦେବାକୁ ଅପିଲ କରିଛନ୍ତି । 

ମୁଖ୍ୟତଃ ଜିଲ୍ଲାରେ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରି-ସ୍ତରୀୟ ମୁକାବିଲା ହେବ । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳରୁ ବର୍ଷା ସିଂ ବରିହା, ବିଜେପି ଦଳରୁ ଗୋବର୍ଦ୍ଧନ ଭୁଏ ଓ କଂଗ୍ରେସ ଦଳରୁ ଟଙ୍କଧର ସାହୁ ପ୍ରାର୍ଥୀ ହୋଇଛନ୍ତି । ଗତ ଉପନିର୍ବାଚନରେ ବିଜୟୀ ହୋଇ ବିଧୟିକା ହୋଇଥିବା ବିଜେଡି ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଏଥର ବିଜେଡି ଦଳ ପୁଣି ଟିକେଟ ଦେଇଛି । ତେବେ ବିଜେପି ଦଳ ଗୋବର୍ଦ୍ଧନ ଭୁଏଙ୍କୁ ଟିକେଟ ଦେଇଥିବାବେଳେ ବିଜେପି ଓ ବିଜେଡି ଦଳ ମଧ୍ୟରେ କଡା ଟକ୍କର ହୋଇଛି । ତେବେ ଏଥର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର କାହାକୁ ପସନ୍ଦ କରୁଛନ୍ତି ଏବଂ ଆଜି କାହାକୁ ବ୍ୟାପକ ମାତ୍ରାରେ ମତଦାନ କରି ବିଜୟୀ କରୁଛନ୍ତି ତାହା ଫଳାଫଳ ପରେ ହି ଜଣାପଡିବ । 

ସେପଟେ ବରଗଡ ବିଧାନସଭା ଆସନରେ ବିଜେଡି ଦଳରୁ ଦେବେଶ ଆଚାର୍ଯ୍ୟ, ବିଜେପି ଦଳରୁ ଅଶ୍ଵିନୀ ଷଡଙ୍ଗୀ ଓ କଂଗ୍ରେସ ଦଳରୁ ନିପନ ଦାସ ପ୍ରାର୍ଥୀ ହୋଇଛନ୍ତି । ଗତ ୧୦ ବର୍ଷ ଧରି ଲଗାତାର ବିଧାୟକ ଭାବେ ବିଜୟୀ ହୋଇଆସୁଥିବା ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ତୃତୀୟ ଥର ପାଇଁ ବିଜେଡି ର ଦଳୀୟ ପ୍ରାର୍ଥୀ ଭାବେ ଟିକେଟ ପାଇଛନ୍ତି । ତେବେ ବିଜେପି ଦଳ ଓ କଂଗ୍ରେସ ଦଳର ଉଭୟ  ପ୍ରାର୍ଥୀ ମଧ୍ୟ ଗତ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ବାଚନରେ ଲଢେଇକରିଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ଭୋଟର ମାନଙ୍କ ପାଇଁ ସେହି ସମାନ ପରିସ୍ଥିତି ରହିଥିବା ବେଳେ କିଏ ହାତେଇବ ଗଡ଼? ତାହା ଦେଖିବାକୁ ବାକି ରହିଲା ।  

ଅନ୍ୟପଟେ ବରଗଡ଼ ବରଗଡ଼ ବିଧାୟକ ତଥା ବିଜେଡ଼ି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଭୋଟ ଦେଇଛନ୍ତି । ସେ ହାଟପଦା ସ୍ଥିତ ୧୨ ନମ୍ବର ୱାର୍ଡର ୬୩ ନମ୍ବର ବୁଥରେ କଲେ ମତଦାନ କରିଛନ୍ତି । ଏହି ସମୟରେ ସେ ସମସ୍ତଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଅନୁରୋଦ କରିଛନ୍ତି । 
 

ଏହା ମଧ୍ୟ ପଢନ୍ତୁ: ପଦ୍ମପୁରରେ ପୁଣି ବାଜି ମାରିବେ କି ବର୍ଷା ? ଫୁଟିବ ପଦ୍ମ ନା ଉଠିବ ହାତ 

ଇଟିଭି ଭାରତ, ବରଗଡ଼

Last Updated : May 20, 2024, 4:07 PM IST

ABOUT THE AUTHOR

...view details