ଓଡିଶା

odisha

ETV Bharat / videos

ନିର୍ବାଚନ ପୂର୍ବରୁ ପୋଲିସର ପ୍ରସ୍ତୁତି, ଜିଲ୍ଲାରେ କଡ଼ାକଡ଼ି ହେଲା ଫ୍ଲାଗମାର୍ଚ୍ଚ - Lok Sabha Election 2024

By ETV Bharat Odisha Team

Published : Apr 20, 2024, 10:21 PM IST

Updated : Apr 20, 2024, 10:27 PM IST

Police Security for Election: ନୂଆପଡ଼ା: ପାଖେଇ ଆସୁଛି ନିର୍ବାଚନ । ଆଉ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ । ତେବେ ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ମଇ ମାସ 13 ତାରିଖରେ ହେବାକୁ ଯାଉଛି ନିର୍ବାଚନ । ନିର୍ବାଚନକୁ ଧ୍ୟାନରେ ରଖି ପୋଲିସ ପକ୍ଷରୁ କରାଯାଉଛି ଫ୍ଲାଗମାର୍ଚ୍ଚ । ସାଧାରଣ ଭୋଟର ନିର୍ଭୟ ଓ ସୁରକ୍ଷିତ ମତଦାନ କରି ନିଜ ଘରକୁ ଫେରିବା ନେଇ ପୂର୍ବରୁ ହିଁ ନୂଆପଡା ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି ।     

ଏହା ମଧ୍ୟ ପଢନ୍ତୁ... ନିର୍ବାଚନ ପାଇଁ ନବରଙ୍ଗପୁରରେ ସୁରକ୍ଷା କଡାକଡି, ମୁତୟନ ହେବେ 3ପ୍ଲାଟୁନ ପୋଲିସ ଫୋର୍ସ - Election Preparation

ନୂଆପଡା ଜିଲ୍ଲାର ନୂଆପଡା ଏବଂ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମେ ମାସ 13 ତାରିଖ ଦିନ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ କରାଯିବ । ନିର୍ବାଚନକୁ ନେଇ ନୂଆପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ଅବାଧ ନିରପେକ୍ଷ କରିବା ପାଇଁ ସିନାପାଲି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ଆଜି ସିଆଇଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଅରୂପ ଅଭିଷେକ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଥାନାଧିକାରୀ ରଶ୍ମିତା ପ୍ରଧାନ,ଏଏସ ଆଇ ହରେକୃଷ୍ଣ ଜାନି, ଏଏସ ଆଇ ପ୍ରଭାକର ନାଏକ, ଏଏସଆଇ ରାମେଶ୍ବର ବାଗ, ବିଘ୍ନରାଜ ମାଝି, ମହିଳା ଏଏସଆଇ ରସ୍କିମୟୀ ସ୍ଵାଇଁ, ଏଏସଆଇ କେଶବ ମାଝି, ଏସଆଇ ମନୋଜ କୁମାର ସାହୁ, ଅଭିରାମ ଘିଭେଲାଙ୍କ ସମେତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ DVF ଏବଂ CRPF ଯବାନ ଥାନାରୁ ବାହାରି ସିନାପାଲି, ଗଣ୍ଡାବାହାଲି ଓ ହାତିବନ୍ଧା ସହର ପରିକ୍ରମା କରିଥିବା ଅରୁପ ଅଭିଷେଖ ସୂଚନା ଦେଇଛନ୍ତି । ଏହାସହିତ ଲୋକେ ଶୃଙ୍ଖଳା ସହିତ ମତଦାନ କରିବା ନେଇ ଜନସଚେତନ ସୃଷ୍ଟି କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା  

Last Updated : Apr 20, 2024, 10:27 PM IST

ABOUT THE AUTHOR

...view details