ଚାଲିଛି ମତଦାନ, ଉତ୍ସାହିତ ନୂଆ ଭୋଟର - Kalahandi voting - KALAHANDI VOTING
Published : May 13, 2024, 10:39 AM IST
Kalahandi Voting: ଭବାନୀପାଟଣା: ଜାରି ରହିଛି ଗଣତନ୍ତ୍ରର ମହାନ ପର୍ବ ମତଦାନ ପ୍ରକ୍ରିୟା । ଭୋଟ ଦେଇ ନେତା ବାଛୁଛନ୍ତି ଜନତା । କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ୧୨ ଲକ୍ଷ ୦୧ ହଜାର ୫୦୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି । ଜିଲ୍ଲାର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୨୯୬ଟି ବୁଥ, ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ୨୬୯ଟି ବୁଥ, ନର୍ଲାରେ ୨୭୯ ,ଜୁନାଗଡ଼ରେ ୨୭୫ ଓ ଧର୍ମଗଡରେ ୨୯୩ଟି ବୁଥ ବ୍ୟବସ୍ଥା କରାଯାଇଥିବା ବେଳେ ସମୁଦାୟ ୧୪୧୨ଟି ବୁଥ ରହିଛି । ସେଥିମଧ୍ୟରୁ ୧୪୦ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ସକାଳୁ ସକାଳୁ ବୁଥରେ ଭୋଟରଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ସମସ୍ତ ଭୋଟର ଧାଡ଼ିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ତେବେ ବିଶେଷକରି ନୂଆ ଭୋଟରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଭୋଟରମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି କଳାହାଣ୍ଡିର ଆମ ପ୍ରତିନିଧି ଅଜିତ କୁମାର ସିଂହ ।
ଇଟିଭି ଭାରତ, କଳାହାଣ୍ଡି