ଓଡିଶା

odisha

ETV Bharat / videos

ରାଉରକେଲାରେ ଡୋର ଟୁ ଡୋର ପଦଯାତ୍ରା କରି କଂଗ୍ରେସର ପ୍ରଚାର ଜୋରଦାର - Rourkela Assembly Congress - ROURKELA ASSEMBLY CONGRESS

By ETV Bharat Odisha Team

Published : May 7, 2024, 11:03 PM IST

Birendra Nath Pattnaik Election Campaign In Rourkela: ରାଉରକେଲା: ନିର୍ବାଚନକୁ ନେଇ ପ୍ରଚାରେ କମ୍ପୁଛି ରାଜନୀତି ମୈଦାନ । ପ୍ରମୁଖ ଦଳମାନଙ୍କ ପ୍ରଚାରରେ ରାଉରକେଲାରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ଣତା । ସେପଟେ ନାମାଙ୍କନ ପତ୍ର ଦାଖଲ ପରେ ଆଜିଠାରୁ କଂଗ୍ରେସ ନିଜର ପ୍ରଚାର ଯାତ୍ରାକୁ ଆଉ ଦୁଇ ପାଦ ଆଗକୁ ବଢ଼ାଇଛି । ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ନିଜ ଦଳର ନେତା ଏବଂ କର୍ମୀ ସହ ପ୍ରଚାରକୁ ଜୋରଦାର କରିଛନ୍ତି । 

ରାଉରକେଲା ବିଧାନସଭା ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ଆଜି ପଦଯାତ୍ରାରେ କୋଏଲନଗର ଅଞ୍ଚଳର ସମସ୍ତ ବ୍ଲକ ସହ ଶକ୍ତି ନଗର ଏବଂ ଝିରପାଣି ଆଖପାଖ ଅଞ୍ଚଳକି ଯାଇ ଡୋର ଟୁ ଡୋର ପ୍ରଚାର କରିଛନ୍ତି । ବିରେନ୍ଦ୍ରଙ୍କ ସହ ବ୍ୟାପକ ସଂଖ୍ୟାରେ କଂଗ୍ରେସ କର୍ମୀ ଏବଂ ସମର୍ଥକ ମଧ୍ୟ ଆସି ପ୍ରଚାରକୁ ତ୍ୱରାନ୍ୱିତ କରିଥିଲେ । ରାଉରକେଲାରେ କଂଗ୍ରେସର ବିଜୟ ନିଶ୍ଚିତ କରିବା ପାଇଁ ବିରେନ୍ଦ୍ର ଜୋରଦାର ପ୍ରୟାସ ଜରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ମୂଳରୁ ପୁଅ ନାହିଁ...'; ଶପଥ ଗ୍ରହଣ ତାରିଖ ଘୋଷଣାକୁ କଂଗ୍ରେସର କଟାକ୍ଷ - Lok Sabha Election 2024

ତେବେ ବିରେନ୍ଦ୍ର ନାଥ ପଟ୍ଟନାୟକ କହିଛନ୍ତି, "ରାଉରକେଲାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ବିଜେଡି ଓ ବିଜେପିର ଅପାରଗତା ଲୋକ ଜାଣିସାରିଛନ୍ତି । ଏଠାରେ ହେଉଥିବା ଦୁର୍ନୀତିକୁ ଦୂର କରିବା ପାଇଁ ଲୋକେ କଂଗ୍ରେସକୁ ଆଣିବା ପାଇଁ ନିର୍ଦ୍ଧାରିତ କରିଛନ୍ତି । ଲୋକମାନେ ଚାହୁଁଛନ୍ତି କଂଗ୍ରେସ ପ୍ରତ୍ୟାବର୍ତ୍ତନ କରୁ ।" 

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details