ଓଡିଶା

odisha

ETV Bharat / videos

ନୂତନ ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟକୁ ବିରୋଧ, ନଭେମ୍ବର ୧ ରୁ ଆମ୍ବୁଲାନ୍ସ ବନ୍ଦ ଚେତାବନୀ

By ETV Bharat Odisha Team

Published : 5 hours ago

ଝାରସୁଗୁଡ଼ା: ବିଭିନ୍ନ ଦାବି ପୂରଣ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ । ନଭେମ୍ବର ୧ ରୁ ଆମ୍ବୁଲାନ୍ସ ବନ୍ଦ ଚେତାବନୀ ଦେଇଛି ମହାସଂଘ । ଝାରସୁଗୁଡା ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି ଅନୁସାରେ, ରାଜ୍ୟରେ ଚାଲୁଥିବା ୧୦୮ ଆମ୍ବୁଲାନ୍ସର ନୂଆ ଟେଣ୍ଡର ହୋଇ ନୂତନ କମ୍ପାନୀ ହାତକୁ ଯାଇଛି । ନୂଆ କମ୍ପାନୀ କିଛି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଛଟେଇ କରିବା ସୂଚନା ମିଳିଛି । ମୁଖ୍ୟତଃ ଯେଉଁ ଡ୍ରାଇଭରମାନେ ପୂର୍ବରୁ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଥିଲେ ସେମାନଙ୍କୁ ଛଟେଇ ନ କରାଯାଉ । ଏହାସହ ୧୨ ଘଣ୍ଟା କାମ ପାଇଁ ୮ ଘଣ୍ଟାର ପାରିଶ୍ରମିକ ଦିଆଯାଉଥିବା ବେଳେ ଏବେ ୧୨ ଘଣ୍ଟା କାମ ପାଇଁ ୧୨ ଘଣ୍ଟାର ପାରିଶ୍ରମିକ ଦିଆଯାଉ ବୋଲି ଦାବି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ଯଦି ସେମାନଙ୍କ ସମସ୍ୟାର ସମାଧାନ ନହୁଏ ତେବେ ଜିଲ୍ଲାର ସମସ୍ତ ଆମ୍ବୁଲାନ୍ସ ଡ୍ରାଇଭର ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...'ମୋ ବସ୍' କର୍ମଚାରୀଙ୍କ ଆନ୍ଦୋଳନ, ଘଣ୍ଟା ଘଣ୍ଟା ଧରି ସେବା ଠପ୍

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଘଟ ପାଇଁ ଚାଲିଥିଲା ସଜବାଜ: ଆଲୋଚନା କଲେ ମନ୍ତ୍ରୀ, ବଦଳିଗଲା ନିଷ୍ପତ୍ତି

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details