ଇଂଲଣ୍ଡ ବିପକ୍ଷ ଚମତ୍କାର ପ୍ରଦର୍ଶନ କୁନିପୁଅ ଅଙ୍ଗଦକୁ ଉତ୍ସର୍ଗ କଲେ ବୁମ୍ରା - Jasprit Bumrah against England
Published : Feb 3, 2024, 10:33 PM IST
ବିଶାଖାପାଟଣା: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଜବରଦସ୍ତ ପ୍ରଦର୍ଶନ କରି ଏକାକୀ ବ୍ରିଟିଶ ବ୍ୟାଟରଙ୍କୁ ଆଣ୍ଠେଇ ଦେଇଛନ୍ତି ଭାରତୀୟ ସ୍ପିଡ୍ଷ୍ଟାର ଯଶପ୍ରୀତ ବୁମ୍ରା । ଏହି ମ୍ୟାଚ୍ରେ ସେ ଏକାକୀ ୬ ୱିକେଟ୍ ଅକ୍ତିଆର କରି ଇଂଲଣ୍ଡ ଦଳକୁ ବଡ଼ ସ୍କୋର କରିବାରେ ବ୍ରେକ୍ ଲଗାଇଥିଲେ । ବୁମ୍ରାଙ୍କ ଘାତକ ବୋଲିଂ ପାଇଁ ଏହି ଟେଷ୍ଟରେ ଭାରତ ବର୍ତ୍ତମାନ ସୁଦ୍ଧା ଭ୍ରମଣକାରୀ ଦଳଠାରୁ ଆଗରେ ରହିଛି । ତେବେ ଏଭଳି ଚମତ୍କାର ପ୍ରଦର୍ଶନକୁ ନିଜ କୁନିପୁଅ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୁମ୍ରା । ସେ ମ୍ୟାଚ୍ ପରେ ଏକ ପ୍ରତିକ୍ରିୟାରେ କହିଛନ୍ତି, "ଏଭଳି ପ୍ରଦର୍ଶନ ନିଶ୍ଚିତ ଭାବେ ଆପଣଙ୍କୁ ଉତ୍ସାହିତ କରିବ । ହେଲେ ଯଦି ଟିମ୍ ଜିତିବ, ତେବେ ଯାଇ ଏଭଳି ପ୍ରଦର୍ଶନର ମୂଲ୍ୟ ଅଛି । ଟିମ୍ ହାରିଗଲେ ଯେତେ ବି ଭଲ ପ୍ରଦର୍ଶନ ହେଇଥାଉ, ସେସବୁର କୌଣସି ମୂଲ୍ୟ ନଥାଏ ।" ତେବେ ଏହି ଚମତ୍କାର ପ୍ରଦର୍ଶନ କାହାକୁ ଉତ୍ସର୍ଗ କରିବେ ପ୍ରଶ୍ନର ଉତ୍ତରରେ ବୁମ୍ରା ତାଙ୍କ ପୁଅର ନାଁ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଷ୍ଟୋକ୍ସ ବାହିନୀକୁ ଧରାଶାୟୀ କଲେ ବୁମ୍ରା, ଭାଙ୍ଗିଲେ ଏକାଧିକ ରେକର୍ଡ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ