ବିରଜା ପରିକ୍ରମା ପ୍ରକଳ୍ପ ଓ ହାଟ ବିବାଦ, ଜିଲ୍ଲା ପ୍ରଶାସନ ପକ୍ଷରୁ ମତାମତ ଗ୍ରହଣ - MEETING OVER BIRAJA HATA
Published : Dec 2, 2024, 10:58 PM IST
ଯାଜପୁର: ବିରଜା ହାଟ ବିବାଦର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ମତାମତ ଗ୍ରହଣ ବୈଠକ ଅନୁଷ୍ଠିତ ହେଇଯାଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା ପରିକ୍ରମା ପ୍ରକଳ୍ପ ଏବଂ ହାଟ ବିବାଦର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ମତାମତ ଗ୍ରହଣ କରାଯାଇଛି । ଯାଜପୁରର ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ବ୍ୟବସାୟୀଙ୍କ ଠାରୁ ମତାମତ ଗ୍ରହଣ କରିଛି ପ୍ରଶାସନ ।
ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବିବାଦର ସମାଧାନ ପାଇଁ ପ୍ରଥମେ ପ୍ରକଳ୍ପ ଅଞ୍ଚଳରେ ଥିବା ଜମି ଚିହ୍ନଟ ଓ ମାପ କରାଯିବ । ଉଭୟ ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହେଲେ ପାଖରେ ଥିବା ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ପୁଣି ବୈଠକ ବସିବ । ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ବିରଜା ହାଟ ସମସ୍ୟାକୁ ନେଇ ପ୍ରକଳ୍ପ ସମର୍ଥିତ ବ୍ୟକ୍ତିବିଶେଷ ଓ ବ୍ୟବସାୟୀ ସଙ୍ଘ ମଧ୍ୟରେ ବିବାଦ ଲାଗିରହିଛି ।
ଇଟିଭି ଭାରତ, ଯାଜପୁର