ଓଡିଶା

odisha

ETV Bharat / videos

କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଆଖି ବୁଜିଲା ମାଈ ହାତୀ

By ETV Bharat Odisha Team

Published : Mar 6, 2024, 8:09 AM IST

Elephant Died in Dhenkanal: ଢେଙ୍କାନାଳ: କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ତା'ର ଆନୁମାନିକ ବୟସ 12 ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । କପିଳାସ ବନାଞ୍ଚଳରୁ ଅସୁସ୍ଥ ଅବସ୍ଥାରେ ଠାବ ହୋଇଥିଲା  । ହେଲେ ଗତକାଲି (ମଙ୍ଗଳବାର) ଚିକିତ୍ସାଧୀନ ଅବସ୍ଥାରେ ଏହି ହାତୀର ମୃତ୍ୟୁ ଘଟିଛି । ତେବେ ବୋମା ଖାଇ ଦେବା ଯୋଗୁଁ ଅସୁସ୍ଥ ଅବସ୍ଥାରେ ହାତୀଟି ବୁଲୁଥିଲା । ଏନେଇ ସଦର ବନାଞ୍ଚଳର ଲୋଚାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତୀଟିକୁ ଠାବ କରାଯାଇଥିଲା । ଗତ ୧ ତାରିଖରେ ବନବିଭାଗ ପକ୍ଷରୁ ଏହି ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ସନ୍ଧ୍ୟାରେ ଏହି ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଅପରପକ୍ଷରେ ହିନ୍ଦୋଳ ଅଞ୍ଚଳରୁ ଗତକାଲି (ମଙ୍ଗଳବାର) ରାତିରେ ଟ୍ରଙ୍କୁଳାଇଜ କରି ଅନ୍ୟ ଏକ ହାତୀର ଚିକିତ୍ସା ଚାଲିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details