ଓଡିଶା

odisha

ଅଲମ୍ପିଆନ ମନୁ ଓ ସରବଜୋତଙ୍କ ସହ କଳିକେଶ ସିଂହଦେଓ; ଭିଡିଓ ଜାରି କରି କହିଲେ ଏମିତି - Kalikesh shares video message

By ETV Bharat Sports Team

Published : Aug 1, 2024, 10:30 PM IST

Kalikesh Singhdeo shares video message (ETV Bharat Odisha)

ବଲାଙ୍ଗୀର: ଭାରତୀୟ ଦଳର ଡେପୁଟି ଚିଫ୍‌ ଡି ମିଶନ ତଥା ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଭିଡିଓ ବାର୍ତ୍ତା । ଉଭୟ ପଦକ ବିଜେତା ମନୁ ଭାକର ଓ ସରବଜୋତ ସିଂହଙ୍କ ସହ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କଳିକେଶ । ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ଓ ସରବଜୋତ ସିଂହ ଭାରତ ପାଇଁ ମେଡାଲ ଜିତି ଦେଶବାସୀଙ୍କୁ ବିଶ୍ବ ସ୍ତରରେ ଗୌରବାନ୍ବିତ କରିଛନ୍ତି । ଏହି ଭିଡିଓରେ କଳିକେଶ ଉଭୟ ଖେଳାଳିଙ୍କ ଗହଣରେ ରହି ଉଭୟଙ୍କୁ ଦେଶର ଚମ୍ପିଆନ କହିବା ସହ ସେମାନେ ଦେଶ ପାଇଁ ମେଡାଲ ଜିତିଥିବାର କହିଛନ୍ତି ।

ଏହା ବି ପଢନ୍ତୁ- ମନୁ ଭାକର-ସରବଜୋତ ଆଣିଲେ ଦ୍ବିତୀୟ ମେଡାଲ; ଭାରତରୁ ଛୁଟିଲା ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା

ଗତ ମଙ୍ଗଳବାର ପ୍ୟାରିସ ଅଲିମ୍ପିକ୍ସରେ ଦକ୍ଷିଣ କୋରିଆକୁ ୧୬–୧୦ରେ ପରାସ୍ତ କରି 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଥିଲେ । ମନୁ ଭାକର ଏହା ପୂର୍ବରୁ ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ସହିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଖାତା ଖୋଲିଥିଲେ । କଳିକେଶ ଜାରି କରିଥିବା ଭିଡିଓରେ ମନୁ ଭାକର କହିଛନ୍ତି, "ଏହି ମେଡାଲ ଦେଶ ପାଇଁ ଓ ଦେଶବାସୀଙ୍କର । ଏହିପରି ଆଗକୁ ମଧ୍ୟ ପରିଶ୍ରମ ଜାରି ରଖିବି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details