ଓଡିଶା

odisha

ଅବକାରୀ ବିଭାଗର ଚଢ଼ାଉ, ପାରାଦ୍ୱୀପରେ ନକଲି ମଦ କାରଖାନା ଠାବ - LIQUOR SEIZED

By ETV Bharat Odisha Team

Published : Apr 25, 2024, 5:16 PM IST

Duplicate liquor seized

Duplicate liquor seized: ଜଗତସିଂହପୁର: ଜିଲ୍ଲାରେ ବୃଦ୍ଧି ପାଉଛି ଚୋରା ମଦ କାରବାର । ଯାହା ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି(ବୁଧବାର) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଠାରେ ନକଲି ମଦ ତିଆରି କରାଯାଉଥିବା ଖବର ପାଇ ଅବକାରୀ ବିଭାଗର ଅଧିକାରୀ ମାନେ ଚଢ଼ାଉ କରିଥିଲେ । ଫଳରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବିପୁଳ ପରିମାଣର ନକଲି ମଦ ସହିତ ବିଭିନ୍ନ ଦାମୀ ଲେବୁଲ ଓ ଠିପି ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରିଛି ପୋଲିସ ।  

ଏହା ମଧ୍ୟ ପଡ଼ନ୍ତୁ... ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ବିପୁଳ ଅସଲି-ନକଲି ମଦ ଜବତ, ୯ ଗିରଫ - Liquor Seized In Rairangpur

ପାଖାପାଖି 10 ହଜାର 440 ଲିଟର ନକଲି ମଦ ସହିତ ଦୁଇ ଲିଟର କାରାମେଲ ସ୍ପିରିଟ,3033ଟି ନକଲି ଅବକାରୀ ଆଡ୍ରେସିଭ,11900 ନକଲି କେବୁଲ, 1675 ଟି ଠିପି, ଓ 152ଟି ବିଭିନ୍ନ ବୋତଲ ଜବତ କରାଯାଇଛି । ତେବେ ପାରାଦ୍ବୀପ ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜଗତସିଂହପୁରରେ ନକଲି ମଦ କାରଖାନା ସହିତ ଗାଁ ଗହଳିରେ ଦେଶୀ ମଦ କାରବାର ହେଉଥିବା ଦେଖିବାକୁ ମିଳିଛି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନାମକୁ ମାତ୍ର ଚଢ଼ାଉ କରାଯାଉଥିବା ବେଳେ ଖୁଲମ ଖୁଲା ମଦର ବନ୍ୟା ହେଉଥିବା ଅଭିଯୋଗ କରାଯାଇଛି । ଅବକାରୀ ନିୟମ ଅନୁଯାୟୀ ଜିଲ୍ଲାରେ ଦେଶୀ ମଦ ରାନ୍ଧିବା ଓ ହାତ ପ୍ରସ୍ତୁତ ମଦକୁ ସମ୍ପୁର୍ଣ୍ଣ ରୂପେ ବାରଣ କରାଯାଇଛି । ହେଲେ ମଧ୍ୟ ଜିଲ୍ଲାରେ ଅନେକ ନକଲି ମଦ କାରଖାନା ଗଢ଼ି ଉଠିଥିବା ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details