ଓଡିଶା

odisha

ETV Bharat / videos

ବ୍ରହ୍ମପୁରରେ ସୁନା ଦୋକାନରେ ପ୍ରବଳ ଭିଡ, ଧନତେରାସରେ ଅଳଙ୍କାର କିଣିନିଲେ ଲୋକେ - DHANTERAS CELEBRATION

By ETV Bharat Odisha Team

Published : Oct 29, 2024, 11:02 PM IST

ବ୍ରହ୍ମପୁର: ଧନତେରସ ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ସୁନା ଓ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ ହୋଇଥାଏ ଧନତେରସ । ଆୟୁର୍ବେଦର ରଚୟିତା ଭଗବାନ ଧନ୍ୱତ୍ୱରୀଙ୍କୁ ଧନତେରସ ଅବସରରେ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ ଏହି ଦିନକୁ ପବିତ୍ର ଦିନ ବା ସୌଭାଗ୍ୟ ଧନର ଦିବସ ବୋଲି କୁହାଯାଇଥାଏ । ଏଣୁ ଧନତେରସ ଅବସରରେ ପ୍ରତ୍ୟେକ ପରିବାରରେ କିଛି ନୂଆ ଜିନିଷ କ୍ରୟ କରିଥାନ୍ତି ।ଘରେ ଦୀପାବଳୀ ପୂର୍ବରୁ ଧନତେରସ ଅବସରରେ ଗୃହର ମୁଖ୍ୟ ଦ୍ୱାରକୁ ସୁସଜ୍ଜିତ କରି ମା'ଙ୍କୁ ସ୍ବାଗତ କରାଯାଏ ।


କାହିଁକି ସୁନା ଓ ରୂପା ଦୋକାନରେ ଭିଡ ଜମିଥାଏ ?

ଆଲୋକର ପର୍ବ ଦୀପାବଳୀ ପୂର୍ବରୁ ଧନତେରସ ରହିଥିବାରୁ ଏହି ଦିନରେ ସୁନା ଓ ରୂପା ଅଳଙ୍କାର କିଣିଲେ ମା' ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଯାହାକୁ ନିଜର ପରିବାରର ସୁଖ ସମୃଦ୍ଧି ଆଣିବା ପାଇଁ ଅନେକ ସୁନା ଓ ରୂପା ଗହଣା ସହିତ ମା' ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତୀ ହେଉ ବା ରୂପା କିମ୍ୱା ସୁନା କଏନ୍ କ୍ରୟ କରି ଘରକୁ ନେଇଥାନ୍ତି ଏବଂ ତାହାକୁ ପୁଜାର୍ଚ୍ଚନା ମଧ୍ୟ କରିଥାନ୍ତ । 

ଏହା ମଧ୍ୟ ପଢନ୍ତ...୮୨ ହଜାର ଛୁଇଁଲା ସୁନା ଦର, ଧନତେରସରେ ଗହଣା ଦୋକାନରେ ପ୍ରବଳ ଭିଡ 
 
ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details