ଓଡିଶା

odisha

ETV Bharat / videos

ଶିଳ୍ପ ନଗରୀରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ନୃତ୍ୟଗୀତରେ କମ୍ପୁଛି ସହର

By ETV Bharat Odisha Team

Published : 4 hours ago

ଅନୁଗୋଳ: ଚାଲିଛି ଅନୁଗୋଳର ଗଣପର୍ବ ପ୍ରସିଦ୍ଧ ଗଜଳଷ୍ମୀ ପୂଜାର ଭସାଣି ଉତ୍ସବ । ପୂଜାକୁ ଯେମିତି ବେଶ ଯାକ ଯମକରେ ଜିଲ୍ଲାବାସୀ ପାଳନ କରନ୍ତି ଠିକ ସେହିଭଳି ଭସାଣି ଉତ୍ସବ ମଧ୍ୟ ପାଳିତ ହୁଏ । ଯେଉଁଥିପାଇଁ ସମସ୍ତଙ୍କ ମନରେ ଉତ୍ସାହ । ଆଜି ପାଳିତ ହେଉଥିବା ଭସାଣି ଶୋଭାଯାତ୍ରାର ମେଳଣ ଉତ୍ସବ ହେଉଛି ସବୁଠୁ ନିଆରା । ପୂର୍ବ ନିର୍ଦ୍ଧାରିତ ସମୟରେ ଅନୁସାରେ, ମେଢ଼ ଗୁଡିକ ଥାନା ଛକ ଭିଆଇପି ରୋଡ଼ରେ ଏକାଠି ହେବା ପରେ ଆରମ୍ଭ ହୋଇଛି ମେଳଣ ଶୋଭାଯାତ୍ରା । ପାରମ୍ପରିକ ନୃତ୍ୟଗୀତ ସାଙ୍ଗକୁ ଆଧୁନିକ ନୃତ୍ୟ ସଙ୍ଗୀତ ବାଦ୍ୟରେ ପୁରା ସହର କମ୍ପି ଉଠିଛି । ଏଥର ଶୋଭାଯାତ୍ରାରେ ୧୨ଟି ମଣ୍ଡପ ଭାଗ ନେଇଥିବାବେଳେ ଅନ୍ୟ ମଣ୍ଡପଗୁଡ଼ିକ ନିଜ ନିଜ ମଣ୍ଡପରୁ ବାହାରି ମା'ଙ୍କୁ ବିସର୍ଜନ କରିଛନ୍ତି । 

ସେଣ୍ଟ୍ରାଲ ପୂଜା କମିଟର ଲଟେରୀ ଆନୁସାରେ, ଆନନ୍ଦ ବଜାର, କାଞ୍ଚନ ବଜାର, ସୂଚନା କେନ୍ଦ୍ର, ଲଷ୍ମୀ ବଜାର, ହାଟ ଛକ, ହୁଲରି ସିଙ୍ଗା, ବସଷ୍ଟାଣ୍ଡ ଆଦି ମେଢ଼ଗୁଡିକ ନିଜ ନିଜ କ୍ରମ ଅନୁସାରେ ମେଳଣ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି । ଥାନା ଛକରୁ କାଞ୍ଚନ ବଜାର, ବସଷ୍ଟାଣ୍ଡ ଦେଇ ରାଜା ଛକ ହସ୍ପିଟାଲ ଛକ ଦେଇ ବଜାର ଛକରେ ପହଞ୍ଚି ବା ପରେ ନିଜ ନିଜ ମଣ୍ଡପ ଅଭିମୁଖେ ବାହାରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ଶୋଭାଯାତ୍ରା । ଯାହାକୁ ଦେଖିବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁରା ସହରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ନିଜେ ଏସପି ରାହୁଲ ଜୈନ ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ବିନା ଡିଜେରେ ହେବ ଭସାଣ ଉତ୍ସବ

ଏହା ମଧ୍ୟ ପଢ଼ନ୍ତୁ...ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ପାରମ୍ପରିକ ବାଜାରେ କମ୍ପୁଛି ଢେଙ୍କାନାଳ

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details