ETV Bharat / state

କାଲିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ; ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ODISHA VIGILANCE AWARENESS WEEK
ODISHA VIGILANCE AWARENESS WEEK (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: କାଲିଠୁ ଆରମ୍ଭ ହେଉଛି ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ - ୨୦୨୪ । ଲୋକସେବା ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇବେ ।

ସାଧୁତାର ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ:

ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । 'ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିଭିଭୂମି ” “Culture of Integrity for_Nation's Prosperity” ପ୍ରସଙ୍ଗ ଆଧାରରେ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ, ସରକାରୀ ମୁଖ୍ୟ ଓ ମୁଖ୍ୟ କାର୍ଯ୍ୟାଳୟ, ସଂସ୍ଥାମାନଙ୍କରେ କାର୍ଯ୍ୟାରତ ସମସ୍ତ ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ସତର୍କତା ଆୟୋଗ (Central Vigilance Commission)ଙ୍କ ଦ୍ବାରା ଜାରି ସର୍କୁଲାର ଅନୁସାରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ ରେ ଏହା କରାଇବେ ।

ODISHA VIGILANCE AWARENESS WEEK
ODISHA VIGILANCE AWARENESS WEEK (ETV Bharat Odisha)

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪:

ସମଗ୍ର ଓଡିଶାର ଲକ୍ଷ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିବେ । କାର୍ଯ୍ୟକ୍ରମକୁ ଭିସି ଜରିଆରେ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରି ଶପଥ ପାଠ କରିବେ । ଅନ୍ୟ କାର୍ଯ୍ୟାଳୟ ଏବଂ ଜନସାଧାରଣ ଉକ୍ତ ଶପଥ ପାଠର ସିଧା ପ୍ରସାରଣରେ ଅଂଶଗ୍ରହଣ କରି ଶପଥ ପାଠ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସର୍ବୋତ୍ତମ ଦୁର୍ନୀତି ନିବାରଣ ଡିଭିଜନ, ୟୁନିଟ୍, ତଦନ୍ତକାରୀ ଅଧିକାରୀ, ମହିଳା ତଦନ୍ତକାରୀ ଅଧିକାରୀ ଏବଂ ପବ୍ଲିକ ପ୍ରସିକ୍ୟୁଟର ପୁରସ୍କୃତ ହେବେ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ସମ୍ପୁର୍ଣ୍ଣ ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନକୁ ବ୍ୟବସ୍ଥିତ ଢଙ୍ଗରେ ପାଳନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି ।

ପୁରସ୍କୃତ ହେବେ କୃତି ଛାତ୍ରଛାତ୍ରୀ :
ଦୁର୍ନୀତି ନିବାରଣ ନିର୍ଯ୍ୟାସ ଆଧାରରେ ପ୍ରତି ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, କୁଇଜ, କାର୍ଟୁନ, ସ୍ଲୋଗାନ, ଛବି ଅଙ୍କନ, ରଙ୍ଗୋଲି ଏବଂ ପୋଷ୍ଟର ପ୍ରତିଯୋଗୀତା ଆୟୋଜିତ ହୋଇଛି । ପ୍ରତିଯୋଗିତାରେ ସମସ୍ତ ଜିଲ୍ଲାରୁ ଜିତିଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ - ୨୦୨୪ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଛାତ୍ର ସମାଜ, ଯୁବ ଗୋଷ୍ଠୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀ, ସାମାଜିକ ଅନୁଷ୍ଠାନ ଏବଂ ସାଧାରଣ ଜନତା, ବ୍ୟକ୍ତିଗତ ସଂସ୍ଥା ଦୁର୍ନୀତି ବିରୁଦ୍ଧରେ ସର୍ବସାଧାରଣରେ ସ୍ଵର ଉତ୍ତୋଳନ ପାଇଁ ଦୁର୍ନୀତି ନିବାରଣ ସଂସ୍ଥା ଓ ସଂଗଠନଙ୍କୁ ଦୁର୍ନୀତି ନିବାରଣ ଅଭିଯାନରେ ସାହାଯ୍ୟ ଓ ସହଯୋଗ କରିବେ ।

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କାରଣ ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ ...ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସର୍ଭେ, 2 ତାରିଖ ସୁଧା କ୍ଷୟକ୍ଷତି ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ ...ମୁଁ ସେବାକୁ ମୋର କର୍ମ ଏବଂ ଧର୍ମ ଭାବେ: ଶିବାନୀ ଦିଦି

କିପରି ଦୁର୍ନୀତି ଭିତ୍ତିକ ଅଭିଯୋଗ କରିବେ ?
ମୁଖ୍ୟ ସର୍ବସାଧାରଣ ସ୍ଥାନ ଏବଂ ଦୃଷ୍ଟି ଆକର୍ଷଣ କରୁଥିବା ସ୍ଥାନରେ ରାଲି, ମାରାଥନ ଅନୁଷ୍ଠିତ ହେବ । ସମାଜ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଦୁର୍ନୀତି ବିରୁଦ୍ଧରେ ପୋଷ୍ଟରମାନ ପ୍ରଦର୍ଶନ କରାଯିବ । ଦୁର୍ନୀତି ସମ୍ବନ୍ଧୀୟ କୌଣସି ଖବର ଦୁର୍ନୀତି ନିବାରଣ ଟୋଲ ଫ୍ରି ନମ୍ବର ୧୦୬୪କୁ ଜଣାଇ ପାରିବେ । ଦୁର୍ନୀତି ଭିତ୍ତିକ ଅଭିଯୋଗ ତାଲିକାଭୁକ୍ତ କରିବାକୁ ଭିଜିଲାନ୍ସ ୱେବସାଇଟ http://odishavigilance.gov.in ବ୍ୟବହାର କରିହେବ । ଦୁର୍ନୀତି ବିରୁଦ୍ଧରେ ଲଢେଇ ଏକ ଦୀର୍ଘ ସୂତ୍ରୀ ପ୍ରକ୍ରିୟା ଅଟେ, ତେଣୁ ଏହାକୁ ଫଳପ୍ରସୂ କରିବା ପାଇଁ ପ୍ରୟାସ ଏବଂ ବିଭିନ୍ନ ପ୍ରକାର ପ୍ରୟୋଗାତ୍ମକ ପ୍ରଚେଷ୍ଟା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.