ଓଡିଶା

odisha

By ETV Bharat Odisha Team

Published : May 9, 2024, 7:20 AM IST

ETV Bharat / videos

କାଶୀପୁରରେ ଭୂପେଶ ବଘେଲଙ୍କ ଜୋରଦାର ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ - bhupesh baghel ELECTION CAMPAIGN

BHUPESH BAGHEL ELECTION CAMPAIGN: ରାୟଗଡ଼ା: କାଶୀପୁରରେ ଭୂପେଶ ବଘେଲଙ୍କ ରୋଡ଼ ଶୋ' । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ ନେତା ଭୂପେଶ ବଘେଲ ବୁଧବାର ରାୟଗଡ଼ା ଗସ୍ତରେ ଆସିଥିଲେ । କଂଗ୍ରେସର ନିର୍ବାଚନ ପ୍ରଚାରରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ସଦର ମହକୁମାରେ ଏକ ରୋଡ଼ ଶୋ'ରେ ସାମିଲ ହୋଇଥିଲେ । ସେ ପୂର୍ବାହ୍ନ ସାଢେ ୧୧ଟାରେ ଛତିଶଗଡ଼ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଶୀପୁରର ବ୍ଲକ ସଦରସ୍ଥିତ ଆଇଫାଡ଼ ଛକ ନିକଟ ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ଦଳ ପକ୍ଷରୁ ତାଙ୍କୁ ବିଫୁଳ ସ୍ବାଗତ କରାଯିବା ସହ ଏକ ବିଶାଳ ରାଲିରେ ହାଟପଦା ପର୍ଯ୍ୟନ୍ତ ନିଆଯାଇଥିଲା । ତେବେ ଆଇଫାଡ଼ ଛକରୁ କାଶୀପୁର ହାଟପଦା ପର୍ଯ୍ୟନ୍ତ ଏକ ଖୋଲା ଗାଡ଼ିରେ ବଘେଲ ଯିବା ସହ ବାଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଓ ବିଧାୟକ ପ୍ରାର୍ଥୀ ଆପଲୁସ୍ବାମୀ କାଡ୍ରାକାଙ୍କ ପାଇଁ ପ୍ରଚାର କରିଥିଲେ । 

ଏହା ମଧ୍ୟ ପଢନ୍ତୁ...ବରଗଡ଼ରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସହ ଅଛନ୍ତି - VK PANDIAN In BARGARH
 
ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details