ଓଡିଶା

odisha

ETV Bharat / videos

କୁହୁଡିରେ ଲୁଚିଗଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ଦେଖିପାରିଲେନି ପର୍ଯ୍ୟଟକ - କୋଣାର୍କ ସୂର୍ଯ୍ୟ ମନ୍ଦିର

By ETV Bharat Odisha Team

Published : Feb 5, 2024, 10:21 AM IST

Fog disrupts visibility of Konark sun temple: ନିମାପଡା: ଘନ କୁହୁଡି ବଳୟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର । ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଘନ କୁହୁଡିର କବଳରେ କବଳିତ ହୋଇ ରହିଥିବା ଦେଖିବାକୁ ମିଳିଛି । ସୂର୍ଯ୍ୟମନ୍ଦିର ପରିସରରେ ସକାଳୁ ସକାଳୁ ମାତ୍ରାଧିକ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡି ଯୋଗୁ ପର୍ଯ୍ୟଟକମାନେ ମନ୍ଦିରର କଳାକୃତି ଦେଖିବାରୁ ବଞ୍ଚିତ ରହିଥିଲେ । ସକାଳ 8ଟା ପର୍ଯ୍ୟନ୍ତ କୁହୁଡି ଦେଖିବାକୁ ମିଳିଥିଲା ।

ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଘନ କୁହୁଡିରେ ବନ୍ଧା ପଡିଛି । ସତେ ଯେମିତି ପ୍ରକୃତିର ଜାଲରେ ବନ୍ଧା ସୂର୍ଯ୍ୟ ମନ୍ଦିର । ଖାଲି ସୂର୍ଯ୍ୟ ମନ୍ଦିର ନୁହେଁ, ରାସ୍ତା ଘାଟ ସହ କୋଣାର୍କ ବଜାର, ନିମାପଡ଼ା, ଚାରିଛକ, ବଳଙ୍ଗା, ଗୋପ ଓ କାକଟପୁର ବଜାର ମଧ୍ୟ କୁହୁଡିର ଚାଦରରେ ଅଦୃଶ୍ୟ ହୋଇଯାଇଛି । ଯାହା ଫଳରେ ସୂର୍ଯ୍ୟମନ୍ଦିର ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟ କଳା ସଂସ୍କୃତି ଦେଖିବାରୁ ବଞ୍ଚିତ ହୋଇଛନ୍ତି । 

ଏହାମଧ୍ୟ ପଢନ୍ତୁ.. ଅର୍କକ୍ଷେତ୍ରରେ ଟିକେଟ କଳାବଜାରୀ ! ଲୁଟେରାଙ୍କ ଟାର୍ଗେଟରେ ପର୍ଯ୍ୟଟକ, ସବୁ ଜାଣି ଶୋଇଛି ପ୍ରଶାସନ

ପୁରୀ କୋଣାର୍କ ରାସ୍ତା ଓ ଭୁବନେଶ୍ୱର ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଦୀର୍ଘସମୟ ଧରି କୁହୁଡି ଚାଦର ତଳେ ଲୁଚି ରହିଥିଲା । କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ନିକଟ ଥିବା କୌଣସି ଜିନିଷ ମଧ୍ୟ ଖାଲି ଆଖିକୁ ଦୃଶ୍ୟମାନ ହେଉନଥିଲା । ପ୍ରାୟ ଏକ ସପ୍ତାହ ହେବ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ବିଶେଷ କରି ସକାଳୁ ସକାଳୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । 

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details