ଓଡିଶା

odisha

ETV Bharat / videos

ଆସିପାରେ ଲୋକଙ୍କ ସ୍ଵପ୍ନର ବଜେଟ: ଅର୍ଥନୀତି ବିଶେଷଜ୍ଞ - BUDGET 2025

By ETV Bharat Odisha Team

Published : Jan 31, 2025, 10:27 PM IST

ଭୁବନେଶ୍ବର: ରାତି ପାହିଲେ ଆସିବ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ବଜେଟର ରୂପରେଖ କିପରି ରହିବ ସେନେଇ ସମସ୍ତଙ୍କ ନଜର । ଏନେଇ ଅର୍ଥନୀତି ବିଶେଷଜ୍ଞ ଏ.କେ ସାବତ କହିଛନ୍ତି," ଏହି ବଜେଟରେ ବିଶେଷ ଭାବରେ ମଧ୍ୟମ ଶ୍ରେଣୀର ଲୋକଙ୍କର ଅଧିକ ମାତ୍ରାରେ ଫାଇଦା ହେବ । ଯାହା ଆଜି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମା' ଲକ୍ଷ୍ମୀଙ୍କୁ ଆରାଧନା କରିଛନ୍ତି । ଏହା ସହ ଟାସ୍କ ରେଟ୍ କମ ରହିବ ବୋଲି ମଧ୍ୟ ଆଶା କରାଯାଉଛି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡିଶାକୁ ଅଧିକ ମିଳିବ ବୋଲି ଆଶା ରହିଛି । ଯାହା ଗୋପାଳପୁର ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ୫୦୦ କିଲୋମିଟର କୋଷ୍ଟାଲ ବେଲ୍ଟକୁ ବିକଶିତ କରାଯିବ । ସମୁଦ୍ରତଟ ବିକଶିତ ହେବ । ରାଜ୍ୟରେ ଥିବା ସମସ୍ତ ପର୍ବତ ଗୁଡ଼ିକକୁ ବିକଶିତ କରି ପର୍ଯ୍ୟଟନ କ୍ଷେତ୍ରରେ ସୁଦୃଢ କରାଯିବ ବୋଲି ଆଶା କରାଯାଉଛି । "

ସେ ଆହୁରି ମଧ୍ୟ କହିଛନ୍ତି," ଏହାସହ ମେଟ୍ରୋ, ୬ ଲେନ ରାସ୍ତା , ବିମାନ ବନ୍ଦର, ଗୋପାଳପୁର ପୋର୍ଟ, କଟକ-ଭୁବନେଶ୍ବର ଏବଂ ପୁରୀକୁ ଟ୍ରିପଲ ସିଟି ଭାବରେ କରିବା, ବେରୋଜଗାରକୁ ରୋଜଗାର ଯୋଗାଇବା, ନୂଆ କରି ଷ୍ଟାର୍ଟଅପ୍ ସୃଷ୍ଟି କରିବା । ବାଣିଜ୍ୟ କ୍ଷେତ୍ରରେ ସୃଦୃଢ କରିବା, ଏହାସହ ଲୋକମାନଙ୍କ ହାତରେ କିଭଳି ପଇସା ରହିବ । ସେହିଭଳି ରୋଜଗାର ସୃଷ୍ଟି କରିବା । ୧୯୯୧ ମସିହାରେ ମନମୋହନ ସରକାର ଥିବାବେଳେ ଏକ ସ୍ଵପ୍ନର ବଜେଟ ପ୍ରସ୍ତୁତ କରାଯାଇଥିଲା । ଏହା ପୂର୍ବରୁ ୧୯୯୭ ମସିହାରେ ପି ଚିଦାମ୍ବରମଙ୍କ ସମୟରେ ମଧ୍ୟ ଏକ ସ୍ଵପ୍ନର ବଜେଟ ଅଣାଯାଇଥିଲା । ବର୍ତ୍ତମାନ ସମୟରେ ୨୦୨୫ ମସିହାରେ ଏକ ସ୍ଵପ୍ନର ବଜେଟ ପ୍ରସ୍ତୁତ କରାଯିବ ବୋଲି ଆଶା ରହିଛି । "

ଏହା ମଧ୍ୟ ପଢନ୍ତୁ...ବଜେଟରେ ଓଡ଼ିଶାର କଣ ରହିବ ଆଶା ? ଶୁଣନ୍ତୁ ଅର୍ଥନୀତି ବିଶେଷଜ୍ଞଙ୍କ ମୁହଁରୁ - PARLIAMENT BUDGET SESSION

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ର ବଜେଟରୁ କ’ଣ ରହିଛି ଓଡ଼ିଶାର ଆଶା, ପ୍ରାକ-ବଜେଟ୍‌ ସମ୍ମିଳନୀରେ କଣ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ? - UNION BUDGET 2025

ଏହା ମଧ୍ୟ ପଢନ୍ତୁ...ରେଳବାଇ ବଜେଟକୁ ଓଡ଼ିଶାର ଅପେକ୍ଷା: ବଢ଼ିବ କି ଆବଣ୍ଟନ ରାଶି, ମିଳିବ କି ନୂଆ ରେଳ ପ୍ରକଳ୍ପ ? - RAILWAY BUDGET FOR ODISHA


ସେପଟେ ଜଣେ ମହିଳା ଉଦ୍ଯୋଗୀ ଅନିତା ସାବତ କହିଛନ୍ତି," ୧୦ ଲକ୍ଷ ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ଛାଡ କରିବେ ବୋଲି ଆଶା କରାଯାଉଛି । GI ପ୍ରଡ଼କ୍ଟ ଉପରେ ଜିଏସଟି ହଟାଯାଉ । ଯାହାଫଳରେ ବୁଣାକାର ଶିଳ୍ପୀମାନଙ୍କ ପାଇଁ ଭଲ ରୋଜଗାର ମିଳିପାରିବ ।

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

...view details