ଓଡିଶା

odisha

ETV Bharat / videos

ବିଡାନାସୀ ପୂଜା ମଣ୍ଡପରେ ସୁନା ଅନୁକୂଳ, ମନ ମୋହୁଛି ଲାଇଟ୍ ଟନେଲ

By ETV Bharat Odisha Team

Published : 5 hours ago

କଟକ: ପୂଜା ମଣ୍ଡପ ଗୁଡିକରେ ଆଜି ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଦଶହରା ପାଇଁ କଟକର ରାସ୍ତାଘାଟରେ ବେଶ ଭିଡ। କଟକ ସହରରେ ଚଳିତ ବର୍ଷ ମୋଟ ୩୪ ଟି ଚାନ୍ଦି ମେଢ଼ ଶୋଭା ପାଉଛି । ସେହିପରି 5ରୁ  ଅଧିକ ମଣ୍ଡପରେ ସୁନା ମୁକୁଟ ଏବଂ ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶୋଭା ପାଉଛି । କଟକ ସହରର ଅନ୍ୟତମ ପୁରାତନ ପୂଜା ମଣ୍ଡପ ହେଉଛି ବିଡାନାସୀ ଦୂର୍ଗାପୂଜା ମଣ୍ଡପ। ୨୦୧୯ ମସିହାରୁ ଏଠାରେ ଶୋଭା ପାଉଛି ଚାନ୍ଦିମେଢ଼। ଆଜି ମା'ଙ୍କ ପାଖରେ ସୁନା ଅନୁକୂଳ ହୋଇଛି। କେବଳ ସେତିକି ନୁହେଁ ଅଷ୍ଟମୀ ଭୋଗ ଲଗାଇବା ପାଇଁ ମଣ୍ଡପରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି।


ଏହା ବି ପଢନ୍ତୁ...ମହାଷ୍ଟମୀରେ ସନ୍ଧି ପୂଜା, ମା'ଙ୍କୁ ଶାଢ଼ୀ ଓ ସିନ୍ଦୁର ଲାଗି କଲେ ସଧବା ନାରୀ

୨୫ ତମ ମଣ୍ଡପ ଭାବରେ ବିଡାନାସୀ ପୂଜା ମଣ୍ଡପ ଚାନ୍ଦି ମେଢ଼ କରିବାରେ ସଫଳ ହୋଇଛି। ପ୍ରାୟ ୨ କୁଇଣ୍ଟାଲ ୬୫ କେଜି ଚାନ୍ଦିରେ ମେଢ଼ ନିର୍ମାଣ କରାଯାଇଛି। ମା'ଙ୍କ ସମେତ ସମସ୍ତ ପାର୍ଶ୍ୱ ଦେବାଦେବୀଙ୍କର ଅଳଙ୍କାର ଏବଂ ମୁକୁଟ ଚାନ୍ଦିରେ ନିର୍ମାଣ କରାଯାଇଛି। ଏହି ମଣ୍ଡପ ଆଗରେ ଯେଉଁ ସାଜସଜ୍ଜା କରାଯାଇଛି ତାହା ସମସ୍ତଙ୍କୁ ଆକର୍ଷଣୀୟ କରୁଛି। ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଟନେଲ ଲାଇଟ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ।ଟନେଲ ମଧ୍ୟ ଦେଇ ଯିଏ ବି ଯାଉଛି, ସେଲ୍ଫି ନେଉଛି।

ଏହା ବି ପଢନ୍ତୁ...ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହା ବି ପଢନ୍ତୁ...ମହାଷ୍ଟମୀରେ ମା'ଙ୍କ ଦର୍ଶନ କଲେ ନବୀନ, ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଇଟିଭି ଭାରତ, କଟକ

ABOUT THE AUTHOR

...view details