ଦୀପାବଳିରେ ନିଆରା ବାର୍ତ୍ତା, ଦୀପଦାନ କରି ଦେଶର ସୈନିକଙ୍କୁ ମନେ ପକାଇଲେ ରେଶମ ସହରବାସୀ - DIWALI IN BERHAMPUR
Published : Oct 31, 2024, 11:03 PM IST
ବ୍ରହ୍ମପୁର: ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଚଳଚଞ୍ଚଳ ରେସମ ସହର ବ୍ରହ୍ମପୁର। ବାଣ ଫୁଟାଇ ସମସ୍ତେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରୁଛନ୍ତି । ହେଲେ ଦେଶର ସୈନିକମାନଙ୍କୁ ମନେପକାଇ ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ରେଶମ ସହରବାସିନ୍ଦା । ସହରର କୋର୍ଟପେଟା ସ୍ଥିତ କାଳୀପୁଜା ମଣ୍ଡପରେ ଦୀପାବଳୀ ଅବସରରେ ଭାରତୀୟ ସୈନିକଙ୍କୁ କୃତଜ୍ଞତା ଜଣାଇଛନ୍ତି ଲୋକେ। ଦେଶକୁ ସୁରକ୍ଷା ଦେବାରେ ନିଜର ଜୀବନ ଦେଇ ଦେଉଥିବା ଶହୀଦଙ୍କ ପରିବାରଙ୍କୁ ମା' କାଳୀ ସମସ୍ତଙ୍କୁ ଶକ୍ତି ପ୍ରଦାନ କରିବାକୁ ଦୀପଦାନ କରି ପ୍ରାର୍ଥନା କରାଯାଇଛି ।
ସେହିପରି ସାରା ଦେଶରେ ଦୀପାବଳୀ ପାଳନ ହେଉଥିବା ବେଳେ ସୀମାରେ ଶତ୍ରୁପକ୍ଷଙ୍କ ଗତିବିଧିକୁ ଜଗି ରହି ଭାରତୀୟଙ୍କୁ ସୁରକ୍ଷା ପ୍ରଦାନ କରି ଆସୁଥିବା ଭାରତୀୟ ଯବାନଙ୍କୁ ମଧ୍ୟ ମା' କାଳୀ ଶକ୍ତି ପ୍ରଦାନ କରନ୍ତୁ, ଯେପରି ସେମାନେ ଆହୁରି ଅଧିକା ସଶକ୍ତ ହେବେ ସେନେଇ ପ୍ରାର୍ଥନା କରାଯାଇଛି । ଗତ କିଛି ବର୍ଷ ଧରି ଦୀପାବଳି କାଳୀପୂଜା ସମୟରେ ସହରର କୋର୍ଟପେଟା କାଳୀପୂଜା ମଣ୍ଡପ ସମ୍ମୁଖରେ ଏହିପରି ଦେଶର ସୈନିକଙ୍କୁ ମନ ପକାଇ ଏକ ନିଆରା କାର୍ଯ୍ୟକ୍ରମ ହୋଇଆସୁଛି । ଏନେଇ ବ୍ରହ୍ମପୁର ସହରର କୋର୍ଟପେଟା ପୂଜା ମଣ୍ଡପ ନିକଟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା କର୍ମକର୍ତ୍ତା ଏବଂ ସହରବାସୀଙ୍କ ସହିତ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି ।
ଏହା ମଧ୍ୟ ପଢ଼ନ୍ତୁ...ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି, ମିଠା ଖୁଆଇ ଶୁଭକାମନା ଜଣାଇଲେ ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳିରେ ସୁରକ୍ଷାକୁ ନେଇ ସଜାଗ ସମ୍ବଲପୁର ପ୍ରଶାସନ, ସବୁଜ ଦୀପାବଳି ପାଳନ ପାଇଁ ପରାମର୍ଶ |
ଇଟିଭି ଭାରତ, ବ୍ରହ୍ମପୁର