ଓଡିଶା

odisha

ETV Bharat / videos

ଜିରୋ କାଜୁଆଲିଟିକୁ ଗୁରୁତ୍ୱ, ସଜାଗ ଅଗ୍ନିଶମ ବିଭାଗ

By ETV Bharat Odisha Team

Published : 4 hours ago

ରାଇରଙ୍ଗପୁର: ବାତ୍ୟାର ପ୍ରଭାବକୁ ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏହାର ମୁକାବିଲା କାର୍ଯ୍ୟ ନେଇ ଜୋରଦାର ପ୍ରସ୍ତୁତି ଜାରିରହିଛି । ଏହାର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମୀକ୍ଷା ବୈଠକ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ ଅଧିକାରୀ ବିନୀତ ଭରଦ୍ୱାଜଙ୍କୁ ଜିଲ୍ଲାର ବାତ୍ୟା ପରିଚାଳନା ନେଇ ଦାୟିତ୍ୱ ପ୍ରଦାନ କରାଯାଇଛି । ଯାହାକୁ ନେଇ ତାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି । ଜିଲ୍ଲାର ଅଧିକ ପ୍ରଭାବିତ ହେବାକୁ ଥିବା ସ୍ଥାନକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବରିଷ୍ଠ ଆଇଏଏସ ବିନୀତ ଭରଦ୍ୱାଜ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା, ପରିଚାଳନା, ଉଦ୍ଧାର, ରିଲିଫ୍‌ କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଜିରୋ କାଜୁଆଳିଟିକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଯୋଗାଣ, ବିଦ୍ୟୁତ, ଔଷଧ ଆଦି ବାବଦରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଥି ସହିତ ପ୍ରଭାବିତ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଜରୁରୀକାଳୀନ ବିଭାଗ ପକ୍ଷରୁ ବାତ୍ୟାକୁ ନେଇ କଣ୍ଟ୍ରୋଲ ରୁମ କରାଯାଇଥିବା ବେଳେ ସହାୟତା ନମ୍ବର ୦୬୭୯୨-୨୫୨୭୫୯/୨୫୨୯୪୧ ଜାରି କରାଯାଇଛି । ୬ଟି ଓଡ୍ରାଫ, ୨ଟି ଏନଡିଆରଏଫ ଟିମ, ଅଗ୍ନିଶମ ବିଭାଗର ୨୬ଟି ଟିମ ଏବଂ ଅତିରିକ୍ତ ଅଗ୍ନିଶମ ବିଭାଗର ୪ଟି ଟିମ ନିୟୋଜିତ ରହିଛନ୍ତି । ଜିଲ୍ଲା ପ୍ରଶାସନର ସତର୍କ ସୂଚନାକୁ ମାନି ଜନସାଧାରଣ ସଚେତନ ରହିବାକୁ ନିବେଦନ କରାଯାଇଛି । ସେହିପରି ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡରେ ପ୍ରଶାସନ ସଜାଗ ରହିଛି । ଅଗ୍ନିଶମ ବିଭାଗ ବାତ୍ୟା ଦାନା ଉପରେ ନଜର ରଖି ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । କଟର, ରବର ବୋଟ, ଲାଇଫ ଜ୍ୟାକେଟ, ଏସ୍କେଲାଇଟ ଆଦି ବାତ୍ୟା ପାଇଁ ଅତ୍ୟାଧୁନିକ ଉପକରଣ ସବୁ ମହଜୁଦ ରହିଛି । ରାଇରଙ୍ଗପୁର ସର୍କଲରେ ଥିବା ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ରରୁଆଁ, ଶୁକୃଳି, ଯାମଦା, ବିଜାତଳା, ବହଳଦା, ବିଶୋଇ, ତିରିଂ ଓ ରାଇରଙ୍ଗପୁର ପାଇଁ ୧୩ଟି ଟିମ ଅତ୍ୟାଧୁନିକ ଉପକରଣ ସହ ସଜାଗ ରହିଛି । 
 

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ‘ଦାନା’କୁ ନେଇ ବାତ୍ୟା ଆଶ୍ରିୟସ୍ଥଳୀରୁ ‘ଇଟିଭି ଭାରତ’ର ରଆଲିଟି ଚେକ୍

ଏହା ମଧ୍ୟ ପଢ଼ନ୍ତୁ...SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା; କାଲି ଦିନ 11ଟା ସୁଦ୍ଧା 90% ସ୍ଥାନାନ୍ତର କହିଲେ ମୋହନ ମାଝୀ

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details