ଶେଷ ଇଚ୍ଛା ଥିଲା ଜଗା ଦର୍ଶନ, ଷ୍ଟ୍ରେଚରରେ ଶୋଇ ସିଂହଦ୍ବାର ଆସିଲେ ବୃଦ୍ଧ
Published : Oct 17, 2024, 3:30 PM IST
|Updated : Oct 17, 2024, 8:08 PM IST
ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାରରେ ଭାବ ବିହ୍ବଳ ଦୃଶ୍ୟ। ଜୀବନର ଶେଷ ସମୟରେ ଷ୍ଟ୍ରେଚରରେ ଶୋଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଜଣେ ଭକ୍ତ। ଷ୍ଟ୍ରେଚରରେ ଶୋଇଥିଲେ ଜଣେ ବୃଦ୍ଧ। ପାଖରେ ଛିଡ଼ା ହୋଇଥିଲେ ଜଣେ ବ୍ୟକ୍ତି ଓ ଅନ୍ୟ ଜଣେ ଯୁବକ। ମନରେ ଥିଲା ଦୁଃଖ ଏବଂ ଷ୍ଟ୍ରେଚର ଉପରେ ଶୋଇଥିବା ବୃଦ୍ଧଙ୍କ ମୁହଁରେ 'ଜୟ ଜଗନ୍ନଥ' ନାମ । ଗତକାଲି (ବୁଧବାର) ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ସମସ୍ତଙ୍କୁ ଚକିତ କରିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କର ନିଦର୍ଶନ ସାଜିଛି ।
ଏହା ବି ପଢନ୍ତୁ...ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି, ମହାପ୍ରଭୁଙ୍କ ରାଧା ଦାମୋଦର ବେଶ
ଏହା ବି ପଢନ୍ତୁ-ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି
ସୂଚନା ଆନୁସାରେ, କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖିଆ ଗ୍ରାମର ବିଜୟ କୁମାର ତରାଇ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ବିଜୟଙ୍କ ଶେଷ ଇଚ୍ଛା ଥିଲା ଜଗା ଦର୍ଶନ। ସେଥିପାଇଁ ପରିବାର ସହ ଗାଁରୁ ବାହାରି ପୁରୀରେ ପହଞ୍ଚିଥିଲେ ବିଜୟ । ଆଉ ପରବର୍ତ୍ତୀ ସମୟରେ ବିଜୟ ଶଯ୍ୟାଶାୟୀ ଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ଟେକି ଟେକି ନିଆଯାଇ ଦର୍ଶନ କରାଯାଇଥିଲା ବୋଲି କୁହାଯାଉଛି । ପ୍ରଥମେ ଷ୍ଟ୍ରେଚରରେ ଆଣି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରାଇଥିଲେ ବିଜୟଙ୍କ ସାନ ପୁଅ ଓ ସାନ ଭାଇ। ଏହି ଦୃଶ୍ୟ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଥିଲା ଭାବବିହ୍ୱଳ ପରିବେଶ।
ଇଟିଭି ଭାରତ, ପୁରୀ