ବାତ୍ୟା 'ଫେଙ୍ଗାଲ': ମେଘୁଆ ପାଗ ଦେଖି ଚାଷୀଙ୍କ ଛାତିରେ ଛନକା - FARMERS WORRIED ABOUT CROPS
Published : Nov 30, 2024, 11:21 AM IST
ନିମାପଡ଼ା: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫେଙ୍ଗାଲ ଆଜି (ଶନିବାର) ପୁଡୁଚେରୀ ନିକଟ କରାଇକାଲ୍ ଏବଂ ମହାବଳିପୁରମ୍ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହୁଲୁକା ବର୍ଷା ହେବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ପିପିଲିରେ ପାଗରେ ପରିବର୍ତ୍ତନ ହୋଇଛି । ମେଘୁଆ ପାଗ ଦେଖି ଚିନ୍ତାରେ ଚାଷୀକୂଳ । ଫସଲ ସୁରକ୍ଷା ନେଇ ଚାଷୀଙ୍କ ଚିନ୍ତା ବଢିଛି । ବର୍ଷା ଦାଉରୁ କିଭଳି ଅମଳ ଧାନ ଫସଲକୁ ସୁରକ୍ଷିତ ରଖିବେ ସେଥିପାଇଁ ଛାନିଆ ହୋଇ ପଡ଼ିଛନ୍ତି ଚାଷୀ । ବର୍ତ୍ତମାନ ଅନେକ ଜମିରେ ଧାନ ଫସଲ କଟା ହୋଇ ଖଳାରେ ରହିଛି । ସେଗୁଡିକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଉଦ୍ୟମ ଚଳାଇଛନ୍ତି ଚାଷୀ । ପୁରୀ ଜିଲ୍ଲା ପିପିଲି ବ୍ଲକର ଅମଳ ଧାନକୁ ସୁରକ୍ଷିତ ରଖିବାକୁ କିଏ ସାଇକେଲରେ ବିଲରୁ ଧାନ ବୋହୁଛି ତ ପୁଣି କିଏ ତରବର ହୋଇ ମେସିନ୍ ସାହାଯ୍ୟରେ ଧାନ ଅମଳ କରୁଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ ...ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା
ଇଟିଭି ଭାରତ, ନିମାପଡ଼ା