ଓଡିଶା

odisha

ETV Bharat / videos

ବାତ୍ୟା 'ଦାନା' ମୁକାବିଲା ପାଇଁ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରସ୍ତୁତି

By ETV Bharat Odisha Team

Published : 9 hours ago

କେନ୍ଦ୍ରାପଡ଼ା: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ନେଇ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୫୦୦ରୁ ଉର୍ଦ୍ଧ୍ବ ମାଛଧରା ଡଙ୍ଗା ରହିଥିବାବେଳେ ଆଜି ସକାଳୁ ମତ୍ସ୍ୟଜୀବୀ ମାନଙ୍କୁ କୂଳକୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।" ଜିଲ୍ଲାର ୮ଟି ସ୍ଥାନରେ ସାଗର ମିତ୍ରମାନଙ୍କୁ ୮ ଘଣ୍ଟା ଲେଖାଏଁ ଡ୍ୟୁଟି କରିବାକୁ ନିଯୁକ୍ତ କରାଯାଇଛି । ମତ୍ସ୍ୟ ବିଭାଗର ଜଣେ ଅଫିସର ଆସି ଜିଲ୍ଲାରେ ପହଞ୍ଚିଛନ୍ତି । ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଚିହ୍ନଟ କରାଯାଇ ସେଠାରେ ସାନିଟେସନ, ଟଏଲେଟ ବ୍ୟବସ୍ଥା, ପାନୀୟ ଜଳ ସୁବିଧା ଓ ଇଲେକ୍ଟ୍ରି ବ୍ୟବସ୍ଥାର ଯାଞ୍ଚ କରାଯିବା ସହ ସେଗୁଡିକୁ ପ୍ରସ୍ତୁତ ରଖାଯିବ। ସବୁ ଆଶ୍ରୟସ୍ଥଳୀରେ ୫ଦିନ ପାଇଁ ଗୋଟିଏ ଗୋଟିଏ ହେଲଥ ୟୁନିଟ ରହିବ, ଯେଉଁଥିରେ ଦୁଇଜଣ ପାରା ମେଡିକୋ ରହିବେ ଆବଶ୍ୟକୀୟ ଔଷଧ ମହଜୁଦ କରି ରଖାଯିବ। ଆବଶ୍ୟକ ପଡ଼ିଲେ ୫୦୦ରୁ ଉର୍ଦ୍ଧ୍ବ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ" ବୋଲି କହିଛନ୍ତି ଜିଲ୍ଲାପାଳ। 

ଏହା ବି ପଢନ୍ତୁ...ଓଡିଶା ପାଇଁ 24 ଓ 25 ଗୁରୁତ୍ୱପୂର୍ଣ୍ଣ; ଫୋକସରେ ‘ଜିରୋ କାଜୁଆଲିଟି’, ଭକ୍ତଙ୍କୁ ପୁରୀ ମନା

ଏହା ବି ପଢନ୍ତୁ- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ବି ପଢନ୍ତୁ - ଓଡିଶା ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ମହାବାତ୍ୟା ୧୯୯୯, ୩୦୦ କିମି ବେଗରେ ପବନ, ୮ ମିଟର ଉଚ୍ଚ ଜୁଆର ...

"ଗୃହପାଳିତ ପଶୁ ମାନଙ୍କ ପାଇଁ ଟେମ୍ପରାରୀ ସେଲଟର କରାଯାଇଛି । ଗୃହପାଳିତ ପଶୁଙ୍କୁ ମଣିଷ ରହୁଥିବା ସ୍ଥାନରୁ ଅଲଗା ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଅନେକ ସମୟରେ ଗୃହପାଳିତ ପଶୁଙ୍କଠାରୁ ମଣିଷ ମାନଙ୍କୁ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଗୃହପାଳିତ ପଶୁଙ୍କର ଗୋଟିଏ ଲିଷ୍ଟ କରାଯିବା ସହ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବ। କଳାବଜାରୀ ରୋକିବା ପାଇଁ ସିଏସଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି" ବୋଲି କହିଛନ୍ତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details