thumbnail

ବାତ୍ୟା ମୁକାବିଲା ପାଇଁ କଟକରେ ବ୍ୟାପକ ପ୍ରସ୍ତୁତି, କଳାବଜାରୀଙ୍କ ଉପରେ କଡ଼ା ନଜର

By ETV Bharat Odisha Team

Published : 5 hours ago

କଟକ: ବାତ୍ୟା ପ୍ରଭାବରେ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ପୂର୍ବ ପ୍ରସ୍ତୁତି କରିଛି ପ୍ରଶାସନ। ଜିଲ୍ଲାର ସମସ୍ତ ବ୍ଲକ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି କଟକ ଜିଲ୍ଲାପାଳ। "ମହାନଦୀ ଏବଂ କାଠଯୋଡ଼ିରେ ଜଳସ୍ତର କମ ରହିଥିବାରୁ ବର୍ଷା ଜଳ ନିଷ୍କାସନ ହେବା ପାଇଁ କୌଣସି ଅସୁବିଧା ହେବ ନାହିଁ" ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ଉପୁଜିପାରେ । ଯାହାକି ବଡ଼ ସମସ୍ୟା ସୃଷ୍ଟି କରିପାରେ। ସେହିପରି ଆଠଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଲେ ସମସ୍ୟା ସୃଷ୍ଟି ହୋଇପାରେ। 

ଏହା ବି ପଢନ୍ତୁ...ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର
ଏହା ବି ପଢନ୍ତୁ...ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି


ଜିଲ୍ଲାପାଳଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫକୁ ସଜାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଠଗଡ଼ ପାଇଁ ୨ ଟି ୟୁନିଟ, ବାଙ୍କୀ ପାଇଁ ଗୋଟିଏ ୟୁନିଟ ପଠାଯିବ। ସେହିପରି କଟକ ସହର ପାଇଁ ୨ ଟି ୟୁନିଟ ରହିବ। ଆବଶ୍ୟକ ସ୍ଥଳରେ ଏହି ଟିମକୁ ସ୍ଥାନାନ୍ତରିତ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ବିଭିନ୍ନ ସ୍ଥାନରେ ୨୯୦ଟି ପାଣି ପମ୍ପ ରଖାଯାଇଛି । ଯଦି ଜଳ ନିଷ୍କାସନ କ୍ଷମତାଠାରୁ ଅଧିକ ବର୍ଷା ହୁଏ ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସ୍କୁଲ ଏବଂ ପକ୍କା ଘରଗୁଡିକୁ ସ୍ଥାନାନ୍ତର କରାଯିବ । କଳାବଜାରୀ ନେଇ ଖବର ଆସିବା ପରେ ବିଭିନ୍ନ ସ୍ଥାନରେ CSO ପକ୍ଷରୁ ଚଢ଼ାଉ କରାଯାଇଥିୂବା କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ।


ଇଟିଭି ଭାରତ, କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.