ଓଡିଶା

odisha

ETV Bharat / videos

ପେନ୍ ମ୍ୟାନ ନାରାୟଣ, 33 ବର୍ଷରେ ବାଣ୍ଟିଲେଣି ୧୯ ଲକ୍ଷ - ପେନ ମ୍ୟାନ ନାରାୟଣ

By ETV Bharat Odisha Team

Published : Jan 27, 2024, 10:55 AM IST

Pen man Narayan Sahu ଭୁବନେଶ୍ବର: ନେବାଠାରୁ ଦେବାରେ ଅଧିକ ଆନନ୍ଦ ଅଛି । ଶାସ୍ତ୍ରରେ ଲେଖା ଅଛି ଦେଇଥିଲେ ପାଇ। ଯିଏ ଦେଇ ଜାଣେ ଈଶ୍ୱର ତାଙ୍କୁ ଦିଅନ୍ତି । କିନ୍ତୁ ଆଜିର ସ୍ବାର୍ଥପର ସମାଜରେ ଦାନ ଧର୍ମ କରିବା ପରି ବ୍ୟକ୍ତି ଖୁବ୍ କମ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଟକର ନାରାୟଣ ଚନ୍ଦ୍ର ଜେନା । ସେ ଏମିତି ଜଣେ ମଣିଷ ଯିଏ ଦେବାକୁ ଭଲ ପାଆନ୍ତି, ତାହା ପୁଣି ଅର୍ଥ ନୁହେଁ କି ଅନ୍ୟ କୌଣସି ଜିନିଷ ନୁହେଁ ବରଂ କଲମ ଖଣ୍ଡେ  । ବୟସ 50 ବର୍ଷ, ପେସାରେ ଜଣେ ସମାଜସେବୀ ହୋଇଥିବା ବେଳେ ପେନ୍ ମ୍ୟାନ୍ ଭାବେ ଜଣାଶୁଣା।

୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ କଲମ ବାଣ୍ଟି ନିଜକୁ ପେନ ମ୍ୟାନ ଭାବେ ପରିଚିତ କରାଇଛନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏ ସମସ୍ତଙ୍କୁ ସେ ପେନ୍ ମାଗଣାରେ ଦେଇଥାନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧୯ ଲକ୍ଷ ପେନ୍ ବାଣ୍ଟି ସାରିଲେଣି । ଆଗକୁ ଏକ କୋଟି ପେନ୍ ବାଣ୍ଟିବାକୁ  ଲକ୍ଷ୍ୟ ରଖିଛନ୍ତି ନାରାୟଣ। କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ ନାରାୟଣ । ଯେ କୌଣସି ସଭା ସମିତି ହେଲେ ନାରାୟଣ ପହଞ୍ଚି ନେତାଙ୍କ ଠାରୁ କର୍ମୀ ଯାଏ ସମସ୍ତଙ୍କୁ ବୁଲି ବୁଲି ପେନ୍ ବାଣ୍ଟନ୍ତି। 
 

ଏହା ମଧ୍ୟ ପଢନ୍ତୁ-ପେନ ମ୍ୟାନ ଚନ୍ଦନ

ନାରାୟଣ କହିଛନ୍ତି, ''ପେନ ମୋର ସୌକ। ପେନ ଇଜ ମାଇଟର ଗନ ସୋଲ । ନେପୋଲିୟନ ବୋନାପାର୍ଟ କହୁଥିଲେ ମୋର ଗୁଳିର ମୁନକୁ ଡର ନାହିଁ କିନ୍ତୁ କଲମ ମୁନକୁ ଡର । ଧାରୁଆ ଅସ୍ତ୍ର ଯେତିକି କାମରେ ଲାଗେନା ଖଣ୍ଡିଏ ପେନ ତାଠାରୁ ହଜାରେ ଗୁଣରେ କାମ ଦିଏ। ପେନ୍ ବାଣ୍ଟି ଖୁଵ ଆନନ୍ଦ ମିଳେ। ଦେବାରେ ଯେଉଁ ଆନନ୍ଦ ମିଳେ ପାଇବାରେ ନୁହେଁ। ଯେଉଁ ଜାତିର ପେନ ଯେତେ ସମୃଦ୍ଧ  ସେ ଜାତି ସେତେ ରୁଦ୍ଧିମନ୍ତ । ''

ଇଟିଭି ଭାରତ, ଭୁବନେଶ୍ବର
 

ABOUT THE AUTHOR

...view details