ଓଡିଶା

odisha

ETV Bharat / videos

ସୁଦୃଢ ହେବ କଳାହାଣ୍ଡିର ଶିକ୍ଷା ବ୍ୟବସ୍ଥା, ଲୋକାର୍ପଣ ହେଲା ୭୩ଟି ୫ଟି ସ୍କୁଲ - kalahandi news

By ETV Bharat Odisha Team

Published : Jan 29, 2024, 10:09 PM IST

ଭବାନୀପାଟଣା: ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରୁଛନ୍ତି । ଏହାରି ଭିତରେ ଆଜି ପୁଣି ଚତୁର୍ଥ ପର୍ଯ୍ୟାୟରେ ସରକାର କଳାହାଣ୍ଡି ଜିଲ୍ଲାରେ ୭୩ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି । ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଡୁମେରବାହାଲ ଠାରେଥିବା ଧନୁର୍ଯ୍ୟ ଉଚ୍ଚ ବିଦ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ସରକାର ୫ଟି ଯୋଜନା ମାଧ୍ୟମରେ ବିଭିନ୍ନ ସ୍କୁଲକୁ ରୂପାନ୍ତରିତ କରୁଛନ୍ତି ।ଏଥିସହ ଡିଜିଟାଲ କ୍ଳାସ ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । 

ଏନେଇ ଭବାନୀପାଟଣା ବ୍ଲକର ୪ଟି ସ୍କୁଲ, ଧର୍ମଗଡ଼ ବ୍ଳକର ୫ଟି ସ୍କୁଲ , ଗୋଲାମୁଣ୍ଡା ବ୍ଲକର 7ଟି ସ୍କୁଲ, ଜୟପାଟଣା ବ୍ଲକର ୭ଟି ସ୍କୁଲ, ଜୁନାଗଡ଼ ବ୍ଲକର ୧୧ଟି ସ୍କୁଲ , କଲମପୁର ବ୍ଲକର 3ଟି ସ୍କୁଲ, କର୍ଲାମୁଣ୍ଡା ବ୍ଲକର ୨ଟି ସ୍କୁଲ, କେସିଙ୍ଗା ବ୍ଲକର ୮ଟି , କୋକସରା ବ୍ଲକର ୫ଟି , ଲାଞ୍ଜିଗଡ଼ ବ୍ଳକର ୬ଟି , ମଦନପୁର ରାମପୁର ବ୍ଲକର ୪ଟି , ନର୍ଲା ବ୍ଳକର ୬ଟି ଓ ଥୁଆମୂଳ ରାମପୁର ଭଳି ଉପାନ୍ତ ଇଲାକାରେ ୫ଟି ସ୍କୁଲର ରୂପାନ୍ତିକରଣ କରିଛନ୍ତି ରାଜ୍ୟ ସରକାରା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧୀ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ଆଦିବାସୀ ଉନ୍ନୟନ ଅଧକ୍ଷ କଳାହାଣ୍ଡି ଶିବାଜି ମାଝୀ ପ୍ରମୁଖ ଯୋଗଦେଇଥିଲେ  । ଏହା ମଧ୍ୟ ପଢନ୍ତୁ ......ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ, ନବରଙ୍ଗପୁରରେ ୫୪ ସ୍କୁଲ ଲୋକାର୍ପିତ

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details